କମଲ୍‌ ନାଥଙ୍କ ‘ଷ୍ଟାର୍‌ କ୍ୟାମ୍ପେନର୍‌’ ପାହ୍ୟା ରଦ୍ଦ ପାଇଁ ନିର୍ବାଚନ କମିସନ୍‌ ଆଦେଶ ଉପରେ ରହିତାଦେଶ ଜାରି କଲେ ସୁପ୍ରିମ୍ କୋର୍ଟ

କମଲ୍‌ ନାଥଙ୍କ ‘ଷ୍ଟାର୍‌ କ୍ୟାମ୍ପେନର୍‌’ ପାହ୍ୟା ରଦ୍ଦ ପାଇଁ ନିର୍ବାଚନ କମିସନ୍‌ ଆଦେଶ ଉପରେ ରହିତାଦେଶ ଜାରି କଲେ ସୁପ୍ରିମ୍ କୋର୍ଟ

Image Courtesy of Hindusatn Times

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତା କମଲ୍‌ ନାଥଙ୍କ ‘ଷ୍ଟାର୍‌ କ୍ୟାମ୍ପେନର୍‌’ ପାହ୍ୟା ରଦ୍ଦ ନିମନ୍ତେ ନିର୍ବାଚନ କମିସନ୍ ଦେଇଥିବା ଆଦେଶ ଉପରେ ସୋମବାର ଦିନ ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଛନ୍ତି।

ଭାରତର ପ୍ରଧାନ ବିଚାରପତି ଏସ୍‌ଏ ବୋବ୍‌ଡ଼େଙ୍କ ନେତୃତ୍ବାଧୀନ ତିନିଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ନିର୍ବାଚନ କମିସନର ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ କରିଛନ୍ତି। ଖଣ୍ଡପୀଠ ପଚାରିଛନ୍ତି, ‘ରିପ୍ରେଜେନ୍‌ଟେସନ୍‌ ଅଫ୍ ପିପୁଲ୍‌ ଆକ୍ଟ୍‌’ର ଧାରା ୭୭ ଅନୁସାରେ, ଦଳର ନେତା କିଏ ହେବ, ତାହା ସ୍ଥିର କରିବାକୁ ନିର୍ବାଚନ କମିସନ୍‌ଙ୍କର କୁଆଡୁ କ୍ଷମତା ଆସିଲା?

କମଲ୍‌ ନାଥଙ୍କ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ କପିଲ ସିବଲ କହିଲେ ଯେ, କମଲ୍‌ ନାଥଙ୍କ ଅକ୍ଟୋବର ୧୩ ତାରିଖ ଭାଷଣ ବିରୋଧରେ ଆଗତ ଅଭିଯୋଗ ଆଧାରରେ ଅକ୍ଟୋବର ୨୬ରେ ନିର୍ବାଚନ କମିସନ୍‌ ତରଫରୁ ଚେତାବନୀ ଜାରି କରାଯାଇଥିଲା। ପରେ ଅକ୍ଟୋବର ୩୦ ତାରିଖରେ ‘ଷ୍ଟାର୍‌ କ୍ୟାମ୍ପେନର୍‌’ ପାହ୍ୟା ରଦ୍ଦ ଆଦେଶ ଆସିଲା। କିନ୍ତୁ, ଏ ସଂକ୍ରାନ୍ତରେ କମଲ୍‌ ନାଥଙ୍କ କଥା କମିସନ୍ ଶୁଣି ନାହିଁ।

publive-image Image Courtesy of India Today

ନିର୍ବାଚନ କମିସନ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ ରାକେଶ ଦ୍ବିବେଦୀ ଉପସ୍ଥିତ ହୋଇ କହିଲେ ଯେ, ଆସନ୍ତାକାଲି ନିର୍ବାଚନ ଏବଂ ପ୍ରଚାର ଅଭିଯାନ ମଧ୍ୟ ଶେଷ ହୋଇଛି। ତେଣୁ, ଏ ମାମଲାର ଆଉ ଯଥାର୍ଥତା ନାହିଁ।

କିନ୍ତୁ, ଖଣ୍ଡପୀଠ କହିଲେ, ଏଭଳି ଆଦେଶ ଦେବାକୁ ଆପଣଙ୍କର କ୍ଷମତା ନ ଥିବାରୁ ଆମେ ଏହା ଉପରେ ରହିତାଦେଶ ଜାରି କରୁଛୁ।

ଏହାଛଡ଼ା, ପିଟିସନ୍‌ରେ କମଲ୍‌ ନାଥ ଯେଉଁ ଯୁକ୍ତି ଉପସ୍ଥାପନ କରିଛନ୍ତି, ତା’ର ଉତ୍ତର ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ବାଚନ କମିସନ୍‌କୁ ନିର୍ଦେଶ ଦେଇଛନ୍ତି। ଯୁକ୍ତିରେ କମଲ୍‌ ନାଥ ଦର୍ଶାଇଛନ୍ତି, ‘ରିପ୍ରେଜେନ୍‌ଟେସନ୍‌ ଅଫ୍ ପିପୁଲ୍‌ ଆକ୍ଟ୍‌’ର ଧାରା ୭୭ (୧) ଅନୁସାରେ, ‘ଷ୍ଟାର୍‌ କ୍ୟାମ୍ପେନର୍‌’ ଚୟନ ହେଉଛି ରାଜନୈତିକ ଦଳର ଅଧିକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe