ସୁଦର୍ଶନ ଟିଭି ସୋ’ର ପ୍ରସାରଣ ଉପରେ ସ୍ଥଗିତାଦେଶ ଜାରିକଲେ ସୁପ୍ରିମ କୋର୍ଟ

ସୁଦର୍ଶନ ଟିଭି ସୋ’ର ପ୍ରସାରଣ ଉପରେ ସ୍ଥଗିତାଦେଶ ଜାରିକଲେ ସୁପ୍ରିମ କୋର୍ଟ

Bar & Bench

ନୂଆଦିଲ୍ଲୀ: ସମ୍ବାଦ ପ୍ରସାରଣ କରୁଥିବା ସୁଦର୍ଶନ ଟିଭିରେ ପ୍ରସାରିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମର ଦୁଇଟି ଏପିସୋଡ୍‌ର ପ୍ରସାରଣ ଉପରେ ଆଜି (ମଙ୍ଗଳବାର) ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମ କୋର୍ଟ। ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁସଲମାନ ସମ୍ପ୍ରଦାୟକୁ ‘ଅପମାନିତ’ କରାଯାଇଥିବା ଅଭିଯୋଗ ହେବାପରେ ଏପରି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍‌ କୋର୍ଟ। ଉଲ୍ଲେଖଯୋଗ୍ୟ, ସୁଦର୍ଶନ ଟିଭିର ଏହି ଦୁଇଟି ବିବାଦୀୟ ଏପିସୋଡ୍‌ ଆଜି ଏବଂ ଆସନ୍ତାକାଲି ପ୍ରସାରିତ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ, ଏହି ମାମଲାର ପରବର୍ତ୍ତୀ ଶୁଣାଣି ନହେବା ପର୍ଯ୍ୟନ୍ତ ଏହାର ପ୍ରସାରଣକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ।
ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆଗତ ଏକ ମାମଲାର ଶୁଣାଣି କରି କହିଛନ୍ତ ଯେ ପ୍ରାଥମିକ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ମୁସଲମାନ ସମ୍ପ୍ରଦାୟକୁ ଅପମାନିତ କରୁଥିବା ଆମର ହୃଦବୋଧ ହେଉଛି। ଅମଲାତନ୍ତ୍ରରେ ମୁସଲମାନମାନଙ୍କ ଅନୁପ୍ରବେଶକୁ ନେଇ ଏହି ପ୍ରସ୍ତାବିତ ସୋ’ର ଦୁଇଟି ଏପିସୋଡର ପ୍ରସାରଣ ଉପରେ ସାମୟିକ ସ୍ଥଗିତାଦେଶ ଜାରି କରିବା ଅବସରରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏକ ମୁକ୍ତ ସମାଜରେ ଏହି କାର୍ଯ୍ୟକ୍ରମକୁ କିପରି ଅନୁମତି ଦିଆଯାଇପାରିବ?
ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଣି ଶେଷ ନ କରିବା ପର୍ଯ୍ୟନ୍ତ ସୁଦର୍ଶନ ଟିଭରେ ଏହି ସୋ’ର ପ୍ରସାରଣ କରାଯାଇ ପାରିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେଟର ୧୭କୁ ଧାର୍ଯ୍ୟ କରିଛନ୍ତି ଖଣ୍ଡପୀଠ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe