ଦୁଷ୍କର୍ମକାରୀମାନଙ୍କ ବିରୋଧରେ ବିଲ୍‌କିସ୍‌ ବାନୋଙ୍କ ପିଟିସନ୍‌ ଶୁଣାଣି ଲାଗି ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିବେ ସୁପ୍ରିମ୍‌ କୋର୍ଟ

ଦୁଷ୍କର୍ମକାରୀମାନଙ୍କ ବିରୋଧରେ ବିଲ୍‌କିସ୍‌ ବାନୋଙ୍କ ପିଟିସନ୍‌ ଶୁଣାଣି ଲାଗି ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିବେ ସୁପ୍ରିମ୍‌ କୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ୧୧ଜଣ ଦୋଷୀଙ୍କୁ ଜେଲ୍‌ରୁ ମୁକ୍ତ କରାଯିବା ଆଦେଶ ବି‌ରୋଧରେ ବିଲ୍‌କିସ୍‌ ବାନୋ ଦାଏର କରିଥିବା ପିଟିସନ୍‌ର ଶୁଣାଣି କରିବା ଲାଗି ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିବା ପାଇଁ ଆଜି ସୁପ୍ରିମ୍‌ କ‌ୋର୍ଟ ରାଜି ହୋଇଛନ୍ତି।

ସ୍ମରଣଯୋଗ୍ୟ, ୨୦୦୨ ଗୁରଜରାଟ ଦଙ୍ଗା ସମୟରେ ବିଲ୍‌କିସ୍‌ ବାନୋ ଗଣଦୁଷ୍କର୍ମର ସରବ୍ୟ ହୋଇଥିଲେ। ତାଙ୍କ ପରିବାରର ୭ଜଣ ସଦସ୍ୟଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।

ନୂଆ ଖଣ୍ଡପୀଠ ଗଠନ କରାଯିବ ବୋଲି ବାନୋଙ୍କ ପ୍ରତିନିଧିତ୍ବ କରୁଥିବା ଓକିଲ ଶୋଭା ଗୁପ୍ତାଙ୍କୁ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପି. ଏସ୍‌. ନରସିଂହ ଏବଂ ଜେ. ବି. ପାର୍‌ଦୀୱାଲା ପ୍ରତିଶ୍ରୁତି ଦେଇଛନ୍ତି।

publive-image Image Courtesy of NDTV

ମାମଲାର ଜରୁରୀ ଶୁଣାଣି ଉଲ୍ଲେଖ କରି ଓକିଲ ଗୁପ୍ତା କହିଲେ ଯେ, ନୂଆ ଖଣ୍ଡପୀଠ ଗଠନ କରାଯିବା ଉଚିତ। ଫେବ୍ରୁଆରି ମାସରୁ ସେ ଏହି ମାମଲା ରୁଜୁ କରିଥିଲେ ବି ଏପର୍ଯ୍ୟନ୍ତ ତାହା ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇନାହିଁ।

ଭାରତର ପ୍ରଧାନ ବିଚାରପତି କହିଲେ, ମୁଁ ଗୋଟାଏ ଖଣ୍ଡପୀଠ ଗଠନ କରାଇବି। ସନ୍ଧ୍ୟା ବେଳକୁ ବ୍ୟବସ୍ଥା ମୁଁ ସେ ବ୍ୟବସ୍ଥା କରିବି। ବିଚାରପତି ସସ୍ତୋଗିଙ୍କୁ କହି ଆଜି ଆମେ ତାରିଖ ମଧ୍ୟ ଧାର୍ଯ୍ୟ କରିବୁ।

ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ୧୧ଜଣ ଦୋଷୀଙ୍କୁ ଗୁଜରାଟ ସରକାରଙ୍କ ୧୯୯୨ ‘ରେମିସନ୍‌ ପଲିସି’ ‌ଅନୁଯାୟୀ ଗତ ଅଗଷ୍ଟ ମାସରେ ଜେଲ୍‌ରୁ ମୁକ୍ତ କରାଯାଇଥିଲା। ଜେଲ୍‌ରୁ ମୁକୁଳିବା ଲାଗି ଉକ୍ତ ଦୋଷୀମାନେ ଆବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe