ୱକଫ୍‌ ଆଇନ ବିରୋଧରେ ୧୦ ଆବେଦନ: ଆଜି ଶୁଣାଣି କରିବେ ସୁପ୍ରିମ୍‌କୋର୍ଟ

Advertisment

ୱକଫ୍‌ ସଂଶୋଧନ ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ୧୦ଟି ଆବେଦନ ଉପରେ ଆସନ୍ତାକାଲି ଶୁଣାଣି ହେବ। ପ୍ରଧାନ ବିଚାରପତି ସଂଜୀବ ଖାନ୍ନା ଏବଂ ଜଷ୍ଟିସ....

ୱକଫ୍‌ ସଂଶୋଧନ ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ୧୦ଟି ଆବେଦନ ଉପରେ ଆସନ୍ତାକାଲି ଶୁଣାଣି ହେବ। ପ୍ରଧାନ ବିଚାରପତି ସଂଜୀବ ଖାନ୍ନା ଏବଂ ଜଷ୍ଟିସ....

dsdsxcxc

ନୂଆଦିଲ୍ଲୀ: ୱକଫ୍‌ ସଂଶୋଧନ ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ୧୦ଟି ଆବେଦନ ଉପରେ ଆସନ୍ତାକାଲି ଶୁଣାଣି ହେବ। ପ୍ରଧାନ ବିଚାରପତି ସଂଜୀବ ଖାନ୍ନା ଏବଂ ଜଷ୍ଟିସ ପିଭି ସଂଜୟ କୁମାର ଓ କେଭି ବିଶ୍ବନାଥନଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରିବେ। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ ଅୱେସୀଙ୍କ ସମେତ ୧୦ ଜଣ ଏହି ଆଇନ ବିରୋଧରେ ଆବେଦନ କରିଥିଲେ।

ଅନ୍ୟପକ୍ଷେ ସୁପ୍ରିମକୋର୍ଟ ୱକଫ୍‌ ସଂଶୋଧନ ଆଇନକୁ ବିରୋଧ କରି ଦାଖଲ ହୋଇଥିବା ସଦ୍ୟ ଆବେଦନକୁ ମଧ୍ୟ ତାଲିକାଭୁକ୍ତ କରିବାପାଇଁ ବିଚାର କରୁଛନ୍ତି। ଏହି ଆବେଦନର ଶୁଣାଣି ପାଇଁ ସପ୍ତାହକ ମଧ୍ୟରେ ତାରିଖ ଦିଆଯିବ‌ ବୋଲି ସିଜେଆଇ କହିଛନ୍ତି। ସଦ୍ୟ ଆବେଦନ ହରି ଶଙ୍କର ଜୈନ ଏବଂ ମଣି ମୁଞ୍ଜଲଙ୍କ ଦ୍ବାରା ଗୃହ ମନ୍ତ୍ରାଳୟ ଓ କେନ୍ଦ୍ରୀୟ ୱକଫ୍‌ ପରିଷଦ ବିରୋଧରେ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe