ଲଖିପୁର ହିଂସା ମାମଲାରେ ଆସନ୍ତା କାଲି ଶୁଣାଣି କରିବେ ସୁପ୍ରିମକୋର୍ଟ

Advertisment
ଜାହାଙ୍ଗୀରପୁରୀ ଉଚ୍ଛେଦ ମାମଲା: ଦୁଇ ସପ୍ତାହ ସ୍ଥଗିତ ରଖିବାକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ

Image Courtesy of India Today

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲଖିପୁର ଖେରି ହିଂସାକାଣ୍ଡ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ସୁପ୍ରିମକୋର୍ଟ ନିଜଆଡ଼ୁ ଏହି ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା କାଲି ଅର୍ଥାତ ଗୁରୁବାର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଏହି ମାମଲାର ଶୁଣାଣି କରିବେ ।

ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି ଆଜି ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଟ୍ବିଟ କରି ଅନୁରୋଧ କରିଥିଲେ । ସୋସିଆଲ ମିଡିଆ ନଥିବା ସମୟରେ ବି ବିଭିନ୍ନ ମାମଲାରେ ସୁପ୍ରିମକୋର୍ଟ ନିଜଆଡ଼ୁ ହସ୍ତକ୍ଷେପ କରିବାର ନଜିର ରହିଛି । ସମ୍ବାଦପତ୍ର ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ପୂର୍ବରୁ ହସ୍ତକ୍ଷେପ କରିଛନ୍ତି ଓ ଦୁର୍ବଳ ଲୋକଙ୍କ ଗୁହାରି ଶୁଣିଛନ୍ତି । ଏଥର ନାଗରିକ ମାନଙ୍କୁ ଗାଡ଼ି ଚଢାଇ ହତ୍ୟା କରାଯାଇଛି । ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ ବୋଲି ସେ ଟୁଇଟ କରିଥିଲେ ।

ଏହି ହିଂସାକାଣ୍ଡରେ ମୋଟ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ, ଯେଉଁଥିରେ ୪ ଜଣ କୃଷକ ଓ ଜଣେ ସାମ୍ବାଦିକ ଅଛନ୍ତି । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଗାଡ଼ି ଚଢାଇବାରୁ ୪ ଜଣ କୃଷକ ମୃତ୍ୟୁବରଣ କଲେ ବୋଲି ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe