ଚାରି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର୍‌ କରିବା ଆଇନ୍‌ସମ୍ମତ କି, ନୁହେଁ ବିଚାର କରିବେ ସୁପ୍ରିମ୍‌ କୋର୍ଟ

ଚାରି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର୍‌ କରିବା ଆଇନ୍‌ସମ୍ମତ କି, ନୁହେଁ ବିଚାର କରିବେ ସୁପ୍ରିମ୍‌ କୋର୍ଟ

Image Source: India Today

ନୂଆଦିଲ୍ଲୀ: ହାଇଦ୍ରାବାଦ ଏନ୍‌କାଉଣ୍ଟର୍‌ର ବୈଧ୍ୟତା ଉପରେ ଉଠିଥିବା ପ୍ରଶ୍ନ ଉପରେ ଆଗତ ପିଟିସନ୍‌ର ବୁଧବାର ଦିନ ସୁପ୍ରିମ୍‌ କୋର୍ଟ ଶୁଣାଣି କରିବେ।

ଜରୁରୀକାଳୀନ ଭିତ୍ତିରେ ଏହି ପିଟିସନ୍‌ର ଶୁଣାଣି ନିମନ୍ତେ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େ ରାଜି ହୋଇଛନ୍ତି। ଏହି ମାମଲା ଉପରେ ସୋମବାର ଦିନ ମଧ୍ୟ ତେଲେଙ୍ଗାନା ହାଇକୋର୍ଟ ଶୁଣାଣି କରୁଛନ୍ତି। ଚାରି ଅଭିଯୁକ୍ତଙ୍କ ଶବ ଡିସେମ୍ବର ୯ ତାରିଖ ରାତି ୮ଟା ଯାଏଁ ସଂରକ୍ଷଣ କରିବାକୁ ତେଲେଙ୍ଗାନା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

publive-image Image Source: Hindustan Times

ବେଆଇନ ବୋଲି କୁହାଯାଉଥିବା ହାଇଦ୍ରାବାଦ ଏନ୍‌କାଉଣ୍ଟର୍‌ ଉପରେ ଆବେଦନକାରୀ ଜିଏସ୍‌ ମଣି ସୁପ୍ରିମ୍‌ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ।

ଭାରତର ପ୍ରଧାନ ବିଚାରପତି ଆବେଦନକାରୀଙ୍କୁ କହିଥିଲେ ଯେ ତେଲେଙ୍ଗାନା ହାଇକୋର୍ଟ ଏହି ମାମଲା ଶୁଣାଣି ପାଇଁ ଆବେଦନ ଗ୍ରହଣ କରିଛନ୍ତି। କିନ୍ତୁ ଏହି ଜରୁରୀ ପିଟିସନ୍‌ର ଶୁଣାଣି କରିବାକୁ ସେ ମଧ୍ୟ ରାଜି ହୋଇଥିଲେ।

ଜାତୀୟ ମାନବ ଅଧିକାର କମିସନ ମଧ୍ୟ ଆପଣାଛାଏଁ ମାମଲାଟିକୁ ଗ୍ରହଣ କରି ତଦନ୍ତ ଲାଗି ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe