ଶୁଣାଣି ଟାଳିବା ଆବେଦନ ପାଇଁ ସୁପ୍ରିମକୋର୍ଟ କ୍ଷୁବ୍ଧ: ତାରିଖ ପରେ ତାରିଖ ଚଳିବନି

Advertisment
କ୍ରାଇମବ୍ରାଞ୍ଚକୁ ବଡ଼ ଝଟ୍‌କା: ଚୌଦ୍ବାର ଜେଲ୍ ଆସିବାକୁ ନିମହାଂସ୍‌ର ନା

Freepik

ନୁଆଦିଲ୍ଲୀ: ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀଙ୍କୁ ଆଜି କଡ଼ା ବାର୍ତ୍ତା ଦେଇଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସ୍ଥଗିତ ରଖିବାପାଇଁ ସୁପ୍ରିକୋର୍ଟରେ ଆଇନଜୀବୀମାନେ ଯେଉଁ ଆବେଦନ କରୁଛନ୍ତି କୋର୍ଟ ତାହାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। କୋର୍ଟ କହିଛନ୍ତି, ‘ତାରିଖ ପେ ତାରିଖ’ (ତାରିଖ ପରେ ତାରିଖ) ଅତୀତର କଥା। ଏବେ ଆଉ ଏହା ଚଳିବନି। ବରିଷ୍ଠ ଓକିଲମାନେ ଶୁଣାଣି ସ୍ଥଗିତ ପାଇଁ ଆବେଦନ କଲେ ବି ଏହାକୁ ଗ୍ରହଣ କରାଯିବନି। କୋର୍ଟ ଜଣେ ବରିଷ୍ଠ ଓକିଲଙ୍କ ଶୁଣାଣି ସ୍ଥଗିତ ଆବେଦନ ଉପରେ ଏହି ଟିପ୍ପଣୀ ଦେଇଛନ୍ତି। ବିଭିନ୍ନ ବାହାନାରେ ଶୁଣାଣି ସ୍ଥଗିତ ରହିପାରିବନି ଏବଂ ଏଥିପାଇଁ ଆବେଦନ କରି ଖଣ୍ଡପୀଠକୁ ଲଜ୍ଜିତ କରିବା ଉଚିତ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ପ୍ରଧାନ ବିଚାରପତି ୟୁ ୟୁ ଲଳିତ, ଜଷ୍ଟିସ ଏ ରବିନ୍ଦ୍ର ଭଟ ଏବଂ ଜେବି ପରଦିୱାଲା ଜଣେ ବରିଷ୍ଠ ଓକିଲଙ୍କ ଲଗାତାର ସ୍ଥଗିତ ଆବେଦନରେ କ୍ଷୁବ୍ଧ ହୋଇଯାଇଥିଲେ। ବରିଷ୍ଠ ଆଇନଜୀବୀ ପ୍ରସ୍ତୁତ ନଥିବାରୁ ଏକ ମାମଲାର ଶୁଣାଣି ସ୍ଥଗିତ ରଖିବାପାଇଁ ଜଣେ କନିଷ୍ଠ ଓକିଲ ଆାବେଦନ କରିଥିଲେ। କିନ୍ତୁ ପ୍ରଧାନବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଇନଜୀବୀଙ୍କ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe