Advertisment

କନ୍ନଡ ଅଭିନେତାଙ୍କ ଜାମିନକୁ ନେଇ ହାଇକୋର୍ଟଙ୍କ ଉପରେ ତାତିଲେ ସୁପ୍ରିମକୋର୍ଟ

Advertisment

ରେଣୁକାସ୍ୱାମୀ ହତ୍ୟା ମାମଲାରେ ଗିରଫ କନ୍ନଡ ଅଭିନେତା ଦର୍ଶନ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଜାମିନ ପ୍ରଦାନ ଘଟଣାକୁ ନେଇ ତାତିଲେ ସୁପ୍ରିମକୋର୍ଟ।

ରେଣୁକାସ୍ୱାମୀ ହତ୍ୟା ମାମଲାରେ ଗିରଫ କନ୍ନଡ ଅଭିନେତା ଦର୍ଶନ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଜାମିନ ପ୍ରଦାନ ଘଟଣାକୁ ନେଇ ତାତିଲେ ସୁପ୍ରିମକୋର୍ଟ।

New Projteecw5)

ନୂଆଦିଲ୍ଲୀ: ରେଣୁକାସ୍ୱାମୀ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। 

ସୂଚନାଯୋଗ୍ୟ, ରେଣୁକାସ୍ୱାମୀଙ୍କୁ ଅପହରଣ କରି ନିର୍ଯାତନା ଦେବାପରେ ହତ୍ୟା କରିବା ଅଭିଯୋଗରେ ଦର୍ଶନଙ୍କୁ ଗତ ବର୍ଷ ଜୁନ୍ ମାସରେ ଗିରଫ କରାଯାଇଥିଲା। ଜୁଲାଇ ୨୪ରେ ଦର୍ଶନଙ୍କ ହତ୍ୟା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। 

ଆଜି ଶୁଣାଣି ସମୟରେ ବିଚାରପତି ଜେବି ପାରଦିୱାଲା ଏବଂ ବିଚାରପତି ଆର ମହାଦେବନଙ୍କ ଖଣ୍ଡପୀଠ କହିଥିଲେ ଯେ ସେମାନେ ହାଇକୋର୍ଟ ପରି ଭୁଲ କରିବେ ନାହିଁ। ପ୍ରଥମେ ଆମେ ତଦନ୍ତ କରିବୁ ଏବଂ ପରେ ରାୟ ପ୍ରକାଶ କରିବୁ। ଉଚ୍ଚ ନ୍ୟାୟାଳୟ ଯେଉଁଭଳି ରାୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁଃଖଦ।

ରେଣୁକାସ୍ୱାମୀ ହତ୍ୟା ମାମଲାରେ ହାଇକୋର୍ଟ ଅଭିଯୁକ୍ତକୁ ଦେଇଥିବା ନିର୍ଦ୍ଦେଶ ନ୍ୟାୟିକ କ୍ଷମତାର ବିକୃତ ବ୍ୟବହାର ପରି ମନେ ହେଉଛି। ଯଦି ଟ୍ରାଏଲ୍ କୋର୍ଟ ଏପରି ଭୁଲ କରେ, ତେବେ ଏହାକୁ ଗ୍ରହଣ କରାଯାଇପାରିବ, କିନ୍ତୁ ହାଇକୋର୍ଟଙ୍କ ଠାରୁ ଏପରି ଆଶା କରାଯାଏ ନାହିଁ।

କେବଳ ଏତିକି ନୁହେଁ ରେଣୁକାସ୍ୱାମୀ ହତ୍ୟା ମାମଲାରେ ହାଇକୋର୍ଟ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟ କରୁଥିବା କିରଣ ଏବଂ ପୁନୀତଙ୍କ ବୟାନ ବାତିଲ କରିଥିଲେ। ହାଇକୋର୍ଟ କିପରି ମାନିନେଲେ ଯେ ସେମାନଙ୍କ ବୟାନକୁ ବିଶ୍ୱାସ କରାଯାଇପାରିବ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe