ନୂଆଦିଲ୍ଲୀ: ଆଇନଜୀବୀଙ୍କୁ ବରିଷ୍ଠ ପଦବୀ ପ୍ରଦାନ ନେଇ ସୁପ୍ରିମ କୋର୍ଟ ଏକ ସ୍ଥାୟୀ କମିଟି ଗଠନ କରିବେ। ଭାରତର ପ୍ରଧାନ ବିଚାରପତିଙ୍କ ଦ୍ୱାରା ୫ ଜଣିଆ ସଦସ୍ୟ ବିଶିଷ୍ଟ କମିଟି କେଉଁ ଆଇନଜୀବୀଙ୍କୁ ବରିଷ୍ଠତା ମିିଳିବ ସେଥିନେଇ ନିଷ୍ପତ୍ତି ନେବେ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ୫ ଜଣିଆ କମିଟିରେ ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟର ସବୁଠୁ ବରିଷ୍ଠ ବିଚାରପତି ଏବଂ ସମ୍ପୃକ୍ତ ଓକିଲ ସଂଘର ଜଣେ ପ୍ରତିନିଧି ରହିବେ। ପ୍ରଧାନ ବିଚାରପତିଙ୍କ ପରିଚାଳନାରେ ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ କହିଛନ୍ତି ଯେ ବରିଷ୍ଠ ଆଇନଜୀବୀ ପଦବୀ ପ୍ରଦାନ କେବଳ ବିଚାରପତିମାନଙ୍କ ବିଚାରରେ ହେବନି। ଏକ ସ୍ଥାୟି କମିଟି ପ୍ରାର୍ଥୀ (ଆଇନଜୀବୀ) ମାନଙ୍କ ଇଣ୍ଟରଭ୍ୟୁ କରି କେଉଁମାନେ ବରିଷ୍ଠତା ପାଇବା ପାଇଁ ଯୋଗ୍ୟ ସେ ନିଷ୍ପତ୍ତି ନେବେ। ସବୁ ପ୍ରାର୍ଥୀମାନଙ୍କ ପୃଷ୍ଠଭୂମି ପରୀକ୍ଷା ପରେ କମିଟି ବରିଷ୍ଠତା ପାଇବାପାଇଁ ଆଶାୟୀ ଆଇନଜୀବୀଙ୍କର ଏକ ତାଲିକା ପ୍ରସ୍ତୁତ କରିବେ। ଏହି ତାଲିକାଟିକୁ ଭୋଟ୍ ପାଇଁ ଏକ ପୂର୍ଣ୍ଣ ନ୍ୟାୟାଳୟକୁ ପଠାଯିବ। ଯେଉଁମାନେ ଏଥିରେ ଯୋଗ୍ୟ ବିବେଚିତ ହେବେନି ସେମାନଙ୍କ ବରିଷ୍ଠତା ପ୍ରସଙ୍ଗ ପୁଣିଥରେ ଦୁଇ ବର୍ଷ ପରେ ବିଚାରକୁ ନିଆଯିବ। କୋର୍ଟ ମଧ୍ୟ ଏକ ସଚିବାଳୟ ପ୍ରତିଷ୍ଠା କରିବାର ପ୍ରସ୍ତାବ ରଖିଛନ୍ତି ଯାହା ଆଇନଜୀବୀମାନଙ୍କୁ ବରିଷ୍ଠତା ପ୍ରଦାନ କରିବା ନେଇ ଦରଖାସ୍ତ ଗ୍ରହଣ କରିବ। କୌଣସି ବରିଷ୍ଠ ଆଇନଜୀବୀ ଯଦି ପ୍ରଫେସନାଲ କ୍ଷେତ୍ରରେ କୌଣସି ପ୍ରକାର ଦୁର୍ବ୍ୟବହାର ନେଇ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ପଦବୀ ପ୍ରତ୍ୟାହାର ହେବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ତେବେ ବରିଷ୍ଠତା ପାଇଁ ଲାଗୁ ହୋଇଥିବା ଏହି ନୂଆ ସର୍ତ୍ତମାନ ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟ ବିଚାରପତି ନିଯୁକ୍ତିଠାରୁ ମଧ୍ୟ ଅଧିକ ଜଟିଳ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଆଇନଜୀବୀଙ୍କ ବରିଷ୍ଠ ପଦବି ନେଇ ଗଠନ ହେବ ସ୍ଥାୟୀ କମିଟି: ସୁପ୍ରିମ କୋର୍ଟ
Advertisment
Follow Us