ସୁପ୍ରିମକୋର୍ଟର େଓ୍ଵବସାଇଟ୍‌ ହ୍ୟାକ୍‌!

Advertisment
ସୁପ୍ରିମକୋର୍ଟର େଓ୍ଵବସାଇଟ୍‌ ହ୍ୟାକ୍‌!

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର େଓ୍ଵବସାଇଟ୍‌ ଗୁରୁବାର ହ୍ୟାକ୍‌ ହୋଇଥିବା ଖବର ମିଳିଛି। ତେବେ ଏହାକୁ ନେଇ ଦାବି କରାଯାଉଛି କି ବ୍ରାଜିଲର କୌଣସି ହ୍ୟାକର ଗ୍ରୁପ୍‌ ସୁପ୍ରିମକୋର୍ଟର େଓ୍ଵବସାଇଟକୁ ହ୍ୟାକ୍‌ କରିଛନ୍ତି। କିଛି ସମୟ ପରେ େଓ୍ଵବସାଇଟ୍‌ ଡାଉନ୍‌ ବି ହୋଇଯାଇଥିଲା।

publive-image

ଯେତେବେଳେ େଓ୍ଵବସାଇଟ୍‌ ହ୍ୟାକ୍‌ ହୋଇଥିଲା ସେତେବେଳେ ପେଜରେ ହାଇଟେକ୍‌ ବ୍ରାଜିଲ ହ୍ୟାକ୍‌ଟିମ୍‌ ଲେଖା ଯାଇଥିବାର ଦେଖିବାକୁ ମିଳିଥିଲା। ସୁପ୍ରିମକୋର୍ଟ େଓ୍ଵବସାଇଟ୍‌ ହ୍ୟାକ୍‌ ହେବା କଥା ଶୁଣିବା ପରେ ସବୁଆଡେ ଚାଞ୍ଚଲ୍ୟ ଖେଳି ଯାଇଛି। ସମସ୍ତେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି କି ଏହି େଓ୍ଵବସାଇଟ୍‌କୁ କିଏ, କିପରି ଓ କାହିଁକି ହ୍ୟାକ୍‌ କରିଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଏପ୍ରିଲ ୬ରେ ପ୍ରତିରକ୍ଷା ମନ୍ତ୍ରାଳୟଙ୍କ େଓ୍ଵବସାଇଟ ହ୍ୟାକ୍‌ ହୋଇଥିଲା ବୋଲି ଖବର ମିଳିଥିଲା। କିନ୍ତୁ କିଛି ସମୟ ପରେ ସ୍ପଷ୍ଟ ହୋଇଥିଲା କି ଏଥିରେ କିଛି ଟେକ୍‌ନିକ୍‌ ତ୍ରୁଟି ହେତୁ େଓ୍ଵବସାଇଟ୍‌ ଡାଉନ୍‌ ହୋଇଯାଇଥିଲା। ଏହାକୁ ହ୍ୟାକ୍‌ କରାଯାଇ ନଥିଲା। କେବଳ ଏତିକି ନୁହେଁ ମାର୍ଚ୍ଚ ୧୫ରେ ସରକାରୀ ଏୟାରଲାଇନ୍ସ ଏୟାର ଇଣ୍ଡିଆର ଟୁଇଟର ହେଣ୍ଡଲ ମଧ୍ୟ ହ୍ୟାକ୍‌ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe