୩ରେ ସବୁ ଧର୍ମାନ୍ତରୀକରଣ ମାମଲାର ଏକାଠି ଶୁଣାଣି କରିବେ ସୁପ୍ରିମ୍‌କୋର୍ଟ

Advertisment

ନୂଆଦିଲ୍ଲୀ : ଧର୍ମାନ୍ତରୀକରଣକୁ ନିୟନ୍ତ୍ରଣ କରିବା ପାଇଁ କେତେକ ରାଜ୍ୟରେ ଆଇନ ପ୍ରଣୟନ କରାଯାଇଛି, ଯାହାକୁ ବିରୋଧ କରି ସୁପ୍ରିମ୍‌କୋର୍ଟରେ ଅନେକ ମାମଲା ଦାଏର ହୋଇଛି। ସୋମବାର ଏହି ମାମଲାର ଶୁଣାଣିକୁ ଫେବ୍ରୁଆରି ୩ ଶୁକ୍ରବାରକୁ ସ୍ଥଗିତ ରଖିଛନ୍ତି ସୁପ୍ରିମ୍‌କୋର୍ଟ। ପ୍ରଧାନବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ତିନିଜଣିଆ ବେଞ୍ଚ କହିଲେ ଯେ, ଏ ସମ୍ପର୍କରେ ଆଗତ ସମସ୍ତ ଆବେଦନର ଶୁଣାଣି ଶୁକ୍ରବାର ଏକତ୍ର କରାଯିବ।

ଆଜିର ସଂକ୍ଷିପ୍ତ ଶୁଣାଣି ଅବସରରେ ଆବେଦନକାରୀ ସିଟିଜେନ୍ସ ଫର୍ ଜଷ୍ଟିସ୍ ଆଣ୍ଡ୍ ପିସ୍ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ସିୟୁ ସିଂହ କହିଥିଲେ ଯେ, ରାଜ୍ୟଗୁଡ଼ିକ ପୂର୍ବାପେକ୍ଷା ଅଧିକ ବିଷାକ୍ତ ନୂଆ ଆଇନ ତିଆରି କରୁଛନ୍ତି। ସେହି ସମସ୍ତ ଆଇନ ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ ସେ ଦାବି କରିଥିଲେ। ସେ କହିଥିଲେ ଯେ ରାଜ୍ୟଗୁଡ଼ିକ ଏପରି ଆଇନ କରୁଛନ୍ତି, ଯାହାଦ୍ବାରା କେହି ଆଉ ଭିନ୍ନ ଧର୍ମର ଯୁବକ ବା ଯୁବତୀକୁ ବିବାହ କରିପାରିବେ ନାହିଁ।

କେନ୍ଦ୍ରର ସତ୍ୟପାଠରେ କୁହାଯାଇଛି ଯେ, ଗୁଜରାଟ, ଛତିଶଗଡ଼, ହରିୟାଣା ଓ କର୍ଣ୍ଣାଟକ ସମେତ କେତେକ ରାଜ୍ୟର ଧର୍ମାନ୍ତରୀକରଣ-ବିରୋଧୀ ଆଇନକୁ ବିରୋଧ କରି ତିସ୍ତା ସେତଲୱାଡ ଦାଏର କରିଥିବା ପିଟିସନକୁ କେନ୍ଦ୍ର ସରକାର ବିରୋଧ କରୁଛନ୍ତି। ତିସ୍ତା ନିଜେ ଏକ ଠକେଇ ମାମଲାରେ ଅଭି‌ଯୁକ୍ତ ହୋଇଥିବା ବେଳେ ସେ ବିଭାଜନକାରୀ ରାଜନୀତି କରୁଛନ୍ତି ବୋଲି କେନ୍ଦ୍ର ଅଭିଯୋଗ କରିଛି। ଇତିମଧ୍ୟରେ ୬ଟି ହାଇକୋର୍ଟରେ ପଡ଼ିଥିବା ୨୧ଟି ସମାନ ପ୍ରକାର ମାମଲାକୁ ସୁପ୍ରିମ୍‌କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ଜାମିଆତ ଉଲାମା-ଇ-ହିନ୍ଦ ପକ୍ଷରୁ ଆବେଦନ କରାଯାଇଥିଲା। ଶେଷରେ ସମସ୍ତ ମାମଲାର ଶୁଣାଣି ଶୁକ୍ରବାର ଏକାଠି କରାଯିବ ବୋଲି ସୁପ୍ରିମ୍‌କୋର୍ଟ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe