ଏସଆଇଆରରେ ଅନିୟମିତତା ଦେଖାଦେଲେ ସମଗ୍ର ପ୍ରକ୍ରିୟାକୁ ବାତିଲ କରିଦିଆଯିବ: ସୁପ୍ରିମକୋର୍ଟ

ଯଦି ଦେଶରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆରର କାର୍ଯ୍ୟରେ କୌଣସି ଅନିୟମିତତା ଦେଖାଯାଏ, ତେବେ ସମଗ୍ର ପ୍ରକ୍ରିୟାକୁ ବାତିଲ କରିଦିଆଯିବ। ଆଜି ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ।

v

ନୂଆଦିଲ୍ଲୀ: ଯଦି ଦେଶରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆରର କାର୍ଯ୍ୟରେ କୌଣସି ଅନିୟମିତତା ଦେଖାଯାଏ, ତେବେ ସମଗ୍ର ପ୍ରକ୍ରିୟାକୁ ବାତିଲ କରିଦିଆଯିବ। ଆଜି ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ। ଆଗାମୀ ତଥ‌ା ଚୂଡ଼ାନ୍ତ ଶୁଣାଣି ଅକ୍ଟୋବର ୭ରେ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ସର୍ଭେ ବିରୋଧରେ ଦାୟର ମାମଲାର ଶୁଣାଣି କରୁଥିବା ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ କହିଛନ୍ତି, ଏହା ଅନୁମାନ କରାଯାଉଛି ଯେ ପୋଲ ପ୍ୟାନେଲ ଏକ ସାମ୍ବିଧାନିକ କର୍ତ୍ତୃପକ୍ଷ ହୋଇଥିବାରୁ, ଏସଆଇଆର ପରିଚାଳନାରେ ଆଇନ ଏବଂ ବାଧ୍ୟତାମୂଳକ ନିୟମ ପାଳନ କରିଛି। ହେଲେ ଯଦି ଦେଶରେ ଚାଲିଥିବା ଏସଆଇଆରର କାର୍ଯ୍ୟରେ କୌଣସି ଅନିୟମିତତା ଦେଖାଯାଏ, ତେବେ ସମଗ୍ର ପ୍ରକ୍ରିୟାକୁ ବାତିଲ କରିଦିଆଯିବ। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ବିହାର ଏସଆଇଆର ଉପରେ କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ସାରା ଭାରତରେ ଲାଗୁ ହେବ। 

ଏହା ପୂର୍ବରୁ ହୋଇଥିବା ଶୁଣାଣି‌ରେ ବିହାରରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆରକୁ ନେଇ ଏକ ବଡ଼ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଥିଲେ, ଏସଆଇଆର ପାଇଁ ଆଧାର କାର୍ଡ ସମେତ ୧୧ଟି ଦସ୍ତାବିଜ ଗ୍ରହଣୀୟ ହେବ ।

Supreme Court | SIR 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe