ବିଚାରପତି ନିଯୁକ୍ତିରେ ବିଳମ୍ବ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ: ‘ବହୁତ କିଛି କହିବାକୁ ଚାହୁଛୁ, କିନ୍ତୁ...’

Advertisment

୭୦ କଲେଜିୟମ ସୁପାରିସ ପଡ଼ି ରହିଛି

୭୦ କଲେଜିୟମ ସୁପାରିସ ପଡ଼ି ରହିଛି

ଦିଲ୍ଲୀରେ ଉତ୍କଟ ଜଳସଙ୍କଟ: ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସରକାର

ନୂଆଦିଲ୍ଲୀ: ଦୀର୍ଘ ଅବଧି ପରେ ସୁପ୍ରିମକୋର୍ଟ ଆଜି ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ମନ୍ଥରତା ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ହାଇକୋର୍ଟରେ ବିଚାରପତି ନିଯୁକ୍ତିରେ ସରକାର ବିଳମ୍ବ କରୁଛନ୍ତି। ହାଇକୋର୍ଟ ଦ୍ବାରା ହୋଇଥିବା ୭୦ଟି କଲେଜିୟମ ସୁପାରିସ ଦୀର୍ଘ ୧୦ ମାସ ଧରି ସରକାରଙ୍କ ନିକଟରେ ପଡ଼ି ରହିଛି। ଜଷ୍ଟିସ ସଂଜୟ କିଶନ କୌଲ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ କହିଛନ୍ତି, ୨୦୨୨ ନଭେମ୍ବରରୁ ୭୦ ନାମ ପଠାଗଲାଣି। କିନ୍ତୁ ଏହା ପଡ଼ି ରହିଛି। ଖଣ୍ଡପୀଠ କହିଛନ୍ତି, ପଦବୀ ଖାଲି ପଡ଼ିବା ଅତି ବଡ଼ ପ୍ରସଙ୍ଗ ହୋଇଥିବାରୁ ଆମେ ଏହି ପ୍ରସଙ୍ଗ ଉଠାଉଛୁ। ୧୦ ମାସ ‌ଧରି ୭୦ ନାମ ସୁପାରିସ କରାଯାଇଛି କିନ୍ତୁ ସେମାନଙ୍କ ମଧ୍ୟରୁ କେହି ନିଯୁକ୍ତ ହୋଇନାହାନ୍ତି। ଜଷ୍ଟିସ ସଂଜୟ କିଶାନ କୌଲଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଆଟର୍ଣ୍ଣି ଜେନେରାଲ ଆର୍‌ ଭେଙ୍କଟରମଣିଙ୍କ ନିକଟରେ ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ଜଷ୍ଟିସ କୌଲ କହିଛନ୍ତି, ସୁପ୍ରିମକୋର୍ଟ କଲେଜିୟମ ୭ଟି ନାମକୁ ୧ରୁ ଅଧିକ ଥର ପଠାଇଛନ୍ତି। ୯ ଜଣଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମ ଦ୍ବାରା ସୁପାରିସ କରାଯାଇଥିବାବେଳେ ୨୬ ବଦଳି ଏବଂ ଜଣେ ମୁଖ୍ୟ ବିଚାରପତି ନିଯୁକ୍ତି ସଂକ୍ରାନ୍ତ କଲେଜିୟମ ସୁପାରିସ ମଧ୍ୟ ପଡ଼ି ରହିଛି।

ଜଷ୍ଟିସ କୌଲ କହିଛନ୍ତି, ଆମେ ଏ ବାବଦରେ ବହୁତ କିଛି କହିବାକୁ ଚାହୁଛୁ, କିନ୍ତୁ ଏବେ ନିରବ ଅଛୁ। କାରଣ ଆଟର୍ଣ୍ଣି ଜେନେରାଲ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ଜବାବ ରଖିବାପାଇଁ ଗୋଟିଏ ସପ୍ତାହ ସମୟ ନେଇଛନ୍ତି। ତେବେ ପରବର୍ତ୍ତୀ ତାରିଖରେ ମୁଁ ଆଦୌ ଚୁପ୍‌ ରହିବିନାହିଁ ବୋଲି କୌଲ କହିଛନ୍ତି। ଖଣ୍ଡପୀଠ କହିଛନ୍ତି, ସରକାର ହାଇକୋର୍ଟଙ୍କ ଦ୍ବାରା ସୁପାରିସ କରାଯାଇଥିବା ୭୦ଟି ନାମ ପ୍ରସଙ୍ଗରେ କାହିଁକି କୌଣସି ନିଷ୍ପତ୍ତି ନେଇନାହାନ୍ତି ଏବଂ ଏହାକୁ ସୁପ୍ରିମକୋର୍ଟ କଲେଜିୟମକୁ କାହିଁକି ପଠାଯାଇନି। ସେହିପରି ସୁପ୍ରିମକୋର୍ଟ କଲେଜିୟମ ଦ୍ବାରା ସୁପାରିସ କରାଯାଇଥିବା ୯ ନାମ ଏବଂ ୭ ନାମକୁ ୨ ଥର ପଠାଯାଇଥିଲେ ମଧ୍ୟ କେନ୍ଦ୍ର ସରକାର କାହିଁକି ଏଥିପାଇଁ ଅନୁମତି ‌ଦେଇନାହାନ୍ତି ବୋଲି ଜଷ୍ଟିସ କୌଲ ପ୍ରଶ୍ନ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଏକ ସମ୍ବେଦନଶୀଳ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଣେ ବିଚାରପତଙ୍କ ପଦୋନ୍ନତି ମଧ୍ୟ ପଡ଼ି ରହିଛି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସିଦ୍ଧାର୍ଥ ମ୍ରିଦୁଳଙ୍କୁ ମଣିପୁର ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେବାପାଇଁ ସୁପ୍ରିମକୋର୍ଟ କଲେଜିୟମ ଗତ ଜୁଲାଇରେ ସୁପାରିସ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe