ନୂଆଦିଲ୍ଳୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ଦିଆଯିବା ଉଚିତ କି ନାହିଁ ସେ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଏନେଇ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଇଡି ପକ୍ଷରୁ ହାଜର ହୋଇଥିବା ଏଏସଜି ଏସଭି ରାଜୁ ଯୁକ୍ତି ଉପସ୍ଥାପନ କରିଥିଲେ। ମନୀଷ ସିସୋଦିଆଙ୍କ ଜାମିନ ବାତିଲ ହେବା ପରେ ୧୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ବୋଲି ଏଏସଜି ରାଜୁ ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଏହାର ଜବାବରେ ଜଷ୍ଟିସ୍ ଖାନ୍ନା ପ୍ରଶ୍ନ କରିଥିଲେ ଯେ ଅପରାଧ ଅର୍ଥାତ୍ ଲାଞ୍ଚ ବାବଦରେ ୧୦୦ କୋଟି ଟଙ୍କା ଆଦାୟ ହୋଇଛି କି? ୨-୩ ବର୍ଷରେ ଏହା କିପରି ୧୧୦୦ କୋଟି ଟଙ୍କାରେ ପରିଣତ ହେଲା? ଏହା ଅତି ଆଶ୍ଚର୍ଯ୍ୟଜନକ ତଥ୍ୟ ବୋଲି ସେ କହିଛନ୍ତି ।
ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି ଆରମ୍ଭ କରିଛନ୍ତି। ଆମ୍ ଆଦମୀ ପାର୍ଟି (ଆପ୍) ସୁପ୍ରିମୋ ଉପରେ ପ୍ରଶ୍ନ ଏବଂ ଅନୁସନ୍ଧାନରେ ବିଳମ୍ବକୁ ନେଇ ଇଡି ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ୍ ଏସ୍ଭି ରାଜୁଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ ପଚାରିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।
ଦିଲ୍ଲୀ ମଦ ନୀତି ମାମଲାରେ ବର୍ତ୍ତମାନ ତିହାର ଜେଲ୍ରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ଆପଣ ଜାଣନ୍ତି ଯେ ଚଳିତବର୍ଷ ମାର୍ଚ୍ଚ ୨୧ ତାରିଖରେ କେଜ୍ରିୱାଲଙ୍କୁ ଦିଲ୍ଲୀର ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ସେ ଏପ୍ରିଲ ୧ ତାରିଖରୁ ତିହାର ଜେଲରେ ରହିଛନ୍ତି ଏବଂ ମେ ୭ ତାରିଖ (ଆଜି) ପର୍ଯ୍ୟନ୍ତ ସେ ନ୍ୟାୟିକ ହେପାଜତରେ ରହିବେ।
Follow Us