ବିଚାରପତି ନିଯୁକ୍ତି ନେଇ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: ନାମ ସୁପାରିସ ସତ୍ତ୍ବେ ମଂଜୁରିରେ ବିଳମ୍ବ କାହିଁକି?

Advertisment
ଆନ୍ଦୋଳନକୁ ଯିବେ ନାହିଁ ଆଇନଜୀବୀ

Telegraph India

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତିଙ୍କ ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ଏବଂ ବିଭିନ୍ନ ଉଚ୍ଚ ନ୍ୟାୟାଳ‌ୟରେ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ଦ୍ବାରା ନାମ ସୁପାରିସ କରାଯାଇଥିଲେ ସୁଦ୍ଧା କେନ୍ଦ୍ର ସରକାର ସ୍ବୀକୃତି ନଦେଇ ଏଥିରେ ବିଳମ୍ବ କରୁଛନ୍ତି। ସୁପ୍ରିମକୋର୍ଟ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ କରିଛନ୍ତି ଏବଂ ଏ କ୍ଷେତ୍ରରେ ଏଭଳି ବିଳମ୍ବ କାହିଁକି ହେଉଛି ତାହା ସ୍ପଷ୍ଟ କରିବାକୁ କହିଛନ୍ତି।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ନାମ ସୁପାରିସ କରିବା ସତ୍ତ୍ବେ କେନ୍ଦ୍ର ସରକାର ଏହାକୁ ସ୍ବୀକୃତି ନଦେଇ ଏଥିରେ ବିଳମ୍ବ କରିବା ଅଗ୍ରହଣୀୟ। ଜଷ୍ଟିସ ଏସକେ କୌଲ ଏବଂ ଏଏସ୍‌ ଓକାଙ୍କ ଖଣ୍ଡପୀଠ କହିଛନ୍ତି, ଏଯାବତ ୬୮ଟି ନାମ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ସ୍ବୀକୃତି ଅପେକ୍ଷାରେ ରହିଛି। ଏହି ୬୮ ଜଣଙ୍କ ମଧ୍ୟରୁ ଜଣଙ୍କର ନିକଟରେ ମୃତ୍ୟୁ ହୋଇସାରିଛି। ଉଲ୍ଲେଖଯୋଗ୍ୟ, ଉଭୟ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତି ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ ଏଥିପାଇଁ ସମୟ ସୀମା ଧାର୍ଯ୍ୟ କରିଥିଲେ। ସମୟ ମଧ୍ୟରେ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ଏପ୍ରିଲ ୨୦, ୨୦୨୧ରେ ଯେଉଁ ରାୟ ଦେଇଥିଲେ ତାହାର ଜାଣିଶୁଣି ଉଲ୍ଲଂଘନ କରାଯାଇଛି। ସୁପ୍ରିମକୋର୍ଟ ଏନେଇ ଆଇନ ସଚିବଙ୍କଠାରୁ ଜବାବ ମାଗିଛନ୍ତି। ସରକାର ସୁପାରିସ କାର୍ଯ୍ୟକାରୀ କରିବାରେ ଅହେତୁକ ବିଳମ୍ବ କରୁଥିବାରୁ ନାମ ପ୍ରତ୍ୟାହାର ପାଇଁ ଲୋକେ ବାଧ୍ୟ ହେଉଛନ୍ତି ଏବଂ ଏଭଳି ପୂର୍ବରୁ ମଧ୍ୟ ହୋଇଆସୁଛି। ଏହାର ପ୍ରତିବାଦରେ ବେଙ୍ଗାଲୁରୁ ଓକିଲ ସଂଘ ପକ୍ଷରୁ ଆବେଦନ ଦାଏର କରାଯାଇଥିବା ବେଳେ ଆଜି ସୁପ୍ରିମ୍‌କୋର୍ଟ ଏହାର ଶୁଣାଣି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe