photo-aajtak
କରାଚୀ:ଦଙ୍ଗାକାରୀଙ୍କ ଦ୍ୱାରା ପୋଡାଯାଇଥିବା ମନ୍ଦିରକୁ ତୁରନ୍ତ ନିର୍ମାଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ | ପାକିସ୍ତାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଗୁଲଜାର ଅହମ୍ମଦଙ୍କ ଖଣ୍ଡପୀଠ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଦୁଇ ସପ୍ତାହ ମଧ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉ | ସେହିପରି ଯେଉଁମାନେ ଏହି ମନ୍ଦିର ଭାଙ୍ଗିବାରେ ସଂଶ୍ଲିଷ୍ଟ ସେମାନଙ୍କ ଠାରୁ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଆଦାୟ କରାଯାଉ ବୋଲି ମଧ୍ୟ କୋର୍ଟ ରାୟ ଦେଇଛନ୍ତି |
ଆଉ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏହି ମନ୍ଦିର ନିର୍ମାଣ ପାଇଁ ୩୦ କୋଟି ଟଙ୍କାର ମଞ୍ଜୁରୀ ଦିଆଯାଇଛି | ସୂଚନା ଥାଉ କି ଡିସେମ୍ବର ୩୦ ତାରିଖରେ ଖାଇବର ପାଖ୍ଟନଖୱା ଅନ୍ତର୍ଗତ କର୍କ ଜିଲ୍ଲାର ତେରୀ ଗ୍ରାମରେ ଏକ ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା। ମନ୍ଦିରର ପୁରୁଣା କୋଠାକୁ ଭାଙ୍ଗିବା ସହିତ ନୂତନ ନିର୍ମାଣ କାର୍ଯ୍ୟକୁ ମଧ୍ୟ କିଛି ଲୋକ ଭାଙ୍ଗି ଦେଇଥିଲେ।
ତେବେ ସ୍ଥାନୀୟ ପୁଲିସର ଅବହେଳା ଯୋଗୁଁ ଏଭଳି ଘଟଣା ଘଟାଇଥିବାର ଅଭିଯୋଗ ହୋଇଥିଲା | ଏହା ପରେ ଡେପୁଟି ଇନ୍ସପେକ୍ଟର ତାଇବ ହାଫିଜ ଖେମା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ | ଆଉ ତଦନ୍ତ ପରେ ପୁଲିସ କର୍ମୀମାନଙ୍କ ଅବହେଳା ଘଟଣା ସାମ୍ନାକୁ ଆସିଥିଲା | ଯେଉଁଥିପାଇଁ ସ୍ଥାନୀୟ ସରକାର ୩୩ ଜଣ ପୁଲିସ କର୍ମଚାରୀଙ୍କୁ ଏକ ବର୍ଷ ପାଇଁ ଚାକିରିରୁ ନିଲମ୍ବିତ କରିଥିଲେ |
Follow Us