ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କୁ ମିଳିଛି କି ମନ୍ତ୍ରୀ ପଦର ଅଫର, କଂଗ୍ରେସ ନେତାଙ୍କ ବୟାନ ପରେ ସଫେଇ ଦେଲେ ଶରଦଙ୍କ ଝିଅ

Advertisment
ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କୁ ମିଳିଛି କି ମନ୍ତ୍ରୀ ପଦର ଅଫର, କଂଗ୍ରେସ ନେତାଙ୍କ ବୟାନ ପରେ ସଫେଇ ଦେଲେ ଶରଦଙ୍କ ଝିଅ

ମୁମ୍ବାଇ: ଏନସିପି ନେତ୍ରୀ ସୁପ୍ରିୟା ସୁଲେଙ୍କୁ ମନ୍ତ୍ରୀ ପଦର ଅଫର ମିଳିଥିବାର ଚର୍ଚ୍ଚା ଭିତରେ ତାଙ୍କର ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, 'ମୋତେ କେହି କିଛି ଅଫର ଦେଇ ନାହାଁନ୍ତି କିମ୍ବା ମୋ ସହ କଥା ହୋଇ ନାହାଁନ୍ତି। ଆପଣ ସେମାନଙ୍କୁ (ମହାରାଷ୍ଟ୍ର କଂଗ୍ରେସ ନେତା) ପଚାରିବା ଉଚିତ ଯେ ସେମାନେ କାହିଁକି ଏପରି ବିବୃତ୍ତି ଦେଉଛନ୍ତି? ମୁଁ ଜାଣି ନାହିଁ ସେମାନେ ଏଭଳି କାହିଁକି କହୁଛନ୍ତି । ମୁଁ ବ୍ୟକ୍ତିଗତ ଭାବେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ଗୌରବ ଗୋଗୋଇଙ୍କ ପରି ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଯୋଗାଯୋଗରେ ଅଛି କିନ୍ତୁ ମୁଁ ମହାରାଷ୍ଟ୍ରରେ କଂଗ୍ରେସ ନେତାଙ୍କ ସହ ଯୋଗାଯୋଗରେ ନାହିଁ। ଏନସିପି କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ କହିଛନ୍ତି ଯେ ବିଜେପି କ୍ୟାମ୍ପ ଆଡକୁ ମୁଁ ଯାଉଛି ବୋଲି ଯେଉଁ କଳ୍ପନା କରାଯାଉଛି ସେଥିରେ କୌଣସି ସତ୍ୟତା ନାହିଁ | ସୁଲେ କହିଛନ୍ତି ଯେ ଶରଦ ପାୱାର ତାଙ୍କ ସାଙ୍ଗୋଲା ଭାଷଣରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ପାୱାର କହିଥିଲେ ଯେ ତାଙ୍କ ଦଳ ଏନସିପି ବିଜେପି ସହ ଯିବ ନାହିଁ | କାରଣ ବିଜେପିର ରାଜନୈତିକ ବିଚାରଧାରା ଏନସିପି ଢାଞ୍ଚାରେ ଖାପ ଖୁଆଇ ପାରିବ ନାହିଁ |

ସୁଲେ କହିଛନ୍ତି, "ମୁଁ କଂଗ୍ରେସ ଏବଂ ଶିବସେନା (ୟୁବିଟି) ସହ କଥା ହୋଇଛି। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ବାସ୍ତବରେ ପୁଣେରେ ଏନସିପି ସୁପ୍ରିମୋ ଶରଦ ପାୱାର ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ହୋଇଥିବା ଗୁପ୍ତ ବୈଠକକୁ ନେଇ କଂଗ୍ରେସ ନେତା ନାନା ପାଟୋଲ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଶରଦ ପାୱାରଙ୍କୁ ସମାଲୋଚନା କରିଥିଲେ। ପାଟୋଲ କହିଥିଲେ ଯେ ଏଭଳି ବୈଠକ ଲୋକମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଯଦି ସେମାନେ ସମ୍ପର୍କୀୟ ତେବେ ଗୁପ୍ତରେ ସାକ୍ଷାତ କରିବାର ଆବଶ୍ୟକତା କ’ଣ ଥିଲା। ସେହିପରି କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ଵୀରାଜ ଚୌହାନ ଦାବି କରିଥିଲେ ଯେ ଅଜିତ ପାୱାରଙ୍କ ମାଧ୍ୟମରେ ଶରଦ ପାୱାରଙ୍କୁ ବିଜେପି ଏକ ବଡ଼ ଅଫର ଦେଇଛି। ବିଜେପି ଶରଦ ପାୱାରଙ୍କୁ କେନ୍ଦ୍ର କୃଷି ମନ୍ତ୍ରୀ ତଥା ନୀତି ଆୟୋଗର ଅଧ୍ୟକ୍ଷ ପଦର ଅଫର ଦେଇଛି | କେବଳ ଏତିକି ନୁହେଁ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏବଂ ବିଧାୟକ ଜୟନ୍ତ ପାଟିଲଙ୍କୁ ମଧ୍ୟ ମନ୍ତ୍ରୀ କରିବାକୁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe