ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଲେ ସୁପ୍ରିୟା‌ ସୁଲେ

Advertisment
ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଲେ ସୁପ୍ରିୟା‌ ସୁଲେ

NDTV.com

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ଆଜି ଚତୁର୍ଥ ଦିନ। ଏନ୍‌ସିପିର ଅନେକ ପ୍ରମୁଖ ନେତା ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇଛନ୍ତି। ରାଜ୍ୟ ଏନ୍‌ସିପି ମୁଖ୍ୟ ଜୟନ୍ତ ପାଟିଲ, ବାରମତି ସାଂସଦ ସୁପ୍ରିୟା ସୁଲେ ଏବଂ ଦଳୀୟ ନେତା ଜିତେନ୍ଦ୍ର ଅୱଦ ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରା‌ରେ ଯୋଗ ଦେଇଛନ୍ତି। ରାହୁଲ ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଅଟକି ଲୋକଙ୍କ ସହ କଥା ହୋଇଛନ୍ତି। ଅନ୍ୟପକ୍ଷେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ହସ୍ପିଟାଲରେ ଥିବାରୁ ସେ ଯାତ୍ରାରେ ଯୋଗ ଦେଇନାହାନ୍ତି। କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି, ଆସନ୍ତାକାଲି ଆଦିତ୍ୟ ଠାକ୍‌ରେ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେବେ। ଶରଦ ପାୱାର ନଭେମ୍ବର ୧୧‌ରେ ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe