ସୁରଟ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ : ବଞ୍ଚିବାର ଅନ୍ୟ କୌଣସି ରାସ୍ତା ନ ଥିବା ଦେଖି ତିନି ମହଲାରୁ ତଳକୁ ଡେଇଁ ଥିଲେ ଛାତ୍ରଛାତ୍ରୀ

Advertisment
ସୁରଟ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ : ବଞ୍ଚିବାର ଅନ୍ୟ କୌଣସି ରାସ୍ତା ନ ଥିବା ଦେଖି ତିନି ମହଲାରୁ ତଳକୁ ଡେଇଁ ଥିଲେ ଛାତ୍ରଛାତ୍ରୀ

Catch News

ସୁରଟ: ଗତକାଲି ସଂଧାରେ ସୁରଟର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡରେ ଚାଲିଯାଇଛି ୨୦ ଜଣ ଛାତ୍ରଛାତ୍ରୀଙ୍କର ଜୀବନ । ଭୟଙ୍କର ନିଆଁରେ ଜଳି ପୋଡି ପାଉଁଶ ହୋଇଯାଇଛି ସଂପୂର୍ଣ୍ଣ କୋଚିଂ ସେଣ୍ଟର। ଏବେ ବି ଅନେକ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ବଡ଼ କଥା ହେଲା, କୋଚିଂ ସେଣ୍ଟର ନିକଟରେ ଥିବା ଏକ ବିଦ୍ୟୁତ୍ ଖୁମ୍ବରୁ ସର୍ଟସର୍କିଟ ହୋଇ ପୂରା ବିଲ୍ଡିଂକୁ ନିଆଁ ବ୍ୟାପି ଯାଇଥିଲା ଆଉ ତଳ ମହଲାରେ ଥିବା ଲୋକେ ଜୀବନ ବଂଚାଇବା ପାଇଁ ଏଣେତେଣେ ଦୌଡୁଥିଲେ ମଧ୍ୟ କେହି  ଜଣେ ହେଲେ ବି  ଉପର ମହଲାକୁ ଯାଇ ଏ ସଂପର୍କରେ ପିଲାମାନଙ୍କୁ ସୂଚନା ଦେଇ ନ ଥିଲେ ।

publive-image

ନିଆଁ ଲାଗିଥିବା ବେଳେ ଉକ୍ତ ବିଲ୍ଡିଂରେ କୋଚିଂ ନେଉଥିବା ୧୫ ବର୍ଷର ରାମ ବାଘାଣୀଙ୍କ କହିବା ଅନୁସାରେ, ମୁଁ ସେହି ବିଲ୍ଡିଂର ତୃତୀୟ ମହଲାରେ କୋଚିଂ ନେଉଥିଲି । ଠିକ୍ ଏହି ସମୟରେ ଧୂଆଁ ରୁମ ସାରା ଖେଳିଯାଇଥିଲା । କେହି କିଛି ଭାବିବା ଆଉ ଜାଣିବା ପୂର୍ବରୁ ନିଆଁ ସେତେବେଳେ ପୂରା ମହଲାକୁ ବ୍ୟାପି ଯାଇଥିଲା । ଏଭଳି ପରିସ୍ଥିତିରେ ଆମ ପାଖରେ ୩ୟ ମହଲାରୁ ତଳକୁ ଡେଇଁବା ଛଡା ଅନ୍ୟ କିଛି ଉପାୟ ନଥିଲା । ତେଣୁ ମରିବା ସୁନିଶ୍ଚିତ ଭାବି ଜଣଙ୍କ ପରେ ଜଣେ ବିଲ୍ଡିଂ ତଳକୁ ଡେଇଁବା ଆରମ୍ଭ  କରିଥିଲେ । ତେବେ ସୌଭାଗ୍ୟବଶତଃ ରାମ ବାଘାଣୀଙ୍କ ଜୀବନ ବଂଚିଯାଇଛି । ତେବେ ୧୩ ଜଣ ଛାତ୍ରଛାତ୍ରୀ ତଳେ ପଡି ମୃତ୍ୟୁ ବରଣ କରିଥିବା ବେଳେ ଏବେ ବି କେତେକ  ଛାତ୍ରଛାତ୍ରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ, ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଘଟଣା ପରେ ସୁରଟର ସମସ୍ତ କୋଚିଂ ସେଂଟରକୁ ବନ୍ଦ କରି ଦିଆଯାଇଛି । କୋଚିଂ ସେଣ୍ଟର ଥିବା ସମସ୍ତ ସ୍ଥାନର ଫାୟାର ସେଫଟି ଯାଂଚ ପରେ ପୁଣି ଥରେ କୋଚିଂ ସେଂଟର ଖୋଲାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe