Indiatimes.com
ନୂଆଦିଲ୍ଲୀ : ଦେଶର ପ୍ରଥମ ବୁଲେଟ୍ ରେଳ ଷ୍ଟେସନ ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ସୁରଟରେ ନିର୍ମାଣ ହେବ। ୨୦୨୪ ମସିହା ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ। କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନ ଜର୍ଦୋସ ଆଜି ରେଳ ଷ୍ଟେସନର ଏକ ଡିଜିଟାଲ ଫଟୋ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଜାତୀୟ ହାଇସ୍ପିଡ୍ ରେଳ ନିଗମ ଲିମିଟେଡ୍ (ଏନ୍ଏଚ୍ଏସ୍ଆର୍ସିଏଲ୍) ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ବ ନେଇଛି ଏବଂ କାର୍ଯ୍ୟ ତ୍ବରାନ୍ବିତ ହୋଇଛି।
ହାଇସ୍ପିଡ୍ ରେଳ ପ୍ରକଳ୍ପ ଅଧିକାରୀ କହିଛନ୍ତି ଯେ ସୁରଟ ଷ୍ଟେସନ ପାଇଁ ନିର୍ମାଣ କାର୍ଯ୍ୟ ଗତ ସପ୍ତାହରୁ ଆରମ୍ଭ ହୋଇଛି। ୫୦୮.୧୭ କିଲୋମିଟର ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ମଧ୍ୟରୁ ୧୫୫.୭୬ କିଲୋମିଟର ମହାରାଷ୍ଟ୍ରରେ, ଗୁଜୁରାଟରେ ୩୮୪.୦୪ କିଲୋମିଟର ଏବଂ ଦାଦ୍ରା ଓ ନାଗର ହାବେଳିରେ ୪.୩ କିଲୋମିଟର ରହିଛି। ସୁରଟ ବ୍ୟତୀତ ଭାପି, ବିଲିମୋରା ଏବଂ ଭାରୁଚଠାରେ ମଧ୍ୟ ବୁଲେଟ ଟ୍ରେନ୍ ଷ୍ଟେସନ ନିର୍ମାଣ ହେବ। ୨୦୨୪ ଡିସେମ୍ବର ସୁଦ୍ଧା ୪ଟି ଯାକ ଷ୍ଟେସନ୍ ପ୍ରସ୍ତୁତ ହୋଇଯିବ। ଏହି ପ୍ରକଳ୍ପ ବ୍ୟୟ ଏକ ଲକ୍ଷ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।
Follow Us