ଦୁବାଇରେ ରହୁଥିବା ହୋଟେଲ ରୁମ୍ ପସନ୍ଦ ନ ଆସିବାରୁ ଭାରତ ଫେରିଛନ୍ତି ରାଇନା: ରିପୋର୍ଟ

ଦୁବାଇରେ ରହୁଥିବା ହୋଟେଲ ରୁମ୍ ପସନ୍ଦ ନ ଆସିବାରୁ ଭାରତ ଫେରିଛନ୍ତି ରାଇନା: ରିପୋର୍ଟ

The Indian Express

ନୂଆଦିଲ୍ଲୀ: କିଛି ଦିନ ତଳେ ସିଏସକେର ଉପ-ଅଧିନାୟକ ସୁରେଶ ରାଇନା ବ୍ୟକ୍ତିଗତ କାରଣ ପାଇଁ ଦୁବାଇରୁ ଭାରତ ଫେରି ଆସିଥିବା ଜଣା ପଡ଼ିଥିଲା। ନିଜ ବ୍ୟକ୍ତିଗତ କ‌ାରଣ ପାଇଁ ସୁରେଶ ରାଇନା ଚଳିତ ବର୍ଷ ଆଇପିଏଲରେ ନିଜ ଦଳ ପାଇଁ ଖେଳିବେ ନାହିଁ ବୋଲି ସୂଚନା ମିଳିଥିଲା। ଏ ନେଇ ଦଳର ସିଇଓ କାସୀ ବିଶ୍ୱନାଥନ ଏକ ଟୁଇଟ୍‌ କରି ସୂଚନା ଦେଇଥିଲେ। ସେ ଲେଖିଥିଲେ, “ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଭାରତ ଫେରିଛନ୍ତି ଏବଂ ଆଇପିଏଲ ସିଜନର ଅବଶିଷ୍ଟ ସମୟ ପାଇଁ ଉପଲବ୍ଧ ହେବ ନାହିଁ। ଚେନ୍ନାଇ ସୁପର କିଙ୍ଗସ ଏହି ସମୟରେ ସୁରେଶ ଏବଂ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବ |

IPL 2020 In UAE: Suresh Raina Hated CSK's Team Bubble, Uncle's Death Had  Effect Too Outlook India

ତେବେ ଭାରତ ଫେରିବା ପରେ ରାଇନାଙ୍କ ଫେରିବାର ଅନେକ କାରଣ ସାମ୍ନାକୁ ଆସୁଛି। ପୂର୍ବରୁ ତାଙ୍କ ପିଉସାଙ୍କୁ ଗୁଳି କରି ହତ୍ୟା କରାଯାଇଥିବାରୁ ସେ ଭାରତ ଫେରିଥିବା କଥା ସାମ୍ନାକୁ ଆସିଥିବା ବେଳେ ଏବେ ଦୁବ‌ାଇରେ ତାଙ୍କୁ ମିଳିଥିବା ହୋଟେଲ ରୁମ୍ କୁ ନେଇ ସେ ଖୁସି ନଥିବାରୁ ଭାରତ ଫେରିଥିବା ଜଣା ପଡ଼ିଛି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ତାଙ୍କୁ ଦିଆଯାଇଥିବା ହୋଟେଲ ରୁମକୁ ନେଇ ରାଇନା ଅସନ୍ତୁଷ୍ଟ ଥିଲେ ଏବଂ ସିଏସକେ ଅଧିନାୟକ ଏମଏସ ଧୋନୀଙ୍କ ଭଳି ହୋଟେଲ ରୁମ ଚାହୁଁଥିଲେ। ପରେ ତାଙ୍କୁ ସେଭଳି ରୁମ୍ ନମିଳିବାରୁ ସେ ଭାରତ ଫେରିଛନ୍ତି। ତେବେ ଏ ପର୍ଯ୍ୟନ୍ତ ରାଇନା ଭାରତ ଫେରିବାର ପ୍ରକୃତ କାରଣ ଜଣାଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe