ମହିଳାଙ୍କ ହାତରେ ନାକ ବିକଶିତ କରି ମୁହଁରେ ପ୍ରତିରୋପଣ କଲେ ଫ୍ରାନ୍‌ସର୍‌ ସର୍ଜନ୍‌

Advertisment
ମହିଳାଙ୍କ ହାତରେ ନାକ ବିକଶିତ କରି ମୁହଁରେ ପ୍ରତିରୋପଣ କଲେ ଫ୍ରାନ୍‌ସର୍‌ ସର୍ଜନ୍‌

ପ୍ୟାରିସ୍‌: ଜଣେ ମହିଳାଙ୍କ ହାତରେ ନାକ ବିକଶିତ କରି ଫ୍ରାନ୍‌ସର ଶଲ୍ୟ ଚିକିତ୍ସକମାନେ ସଫଳତାର ସହିତ ତାଙ୍କ ନାକରେ ପ୍ରତିରୋପଣ କରିଛନ୍ତି। କର୍କଟ ରୋଗ ଚିକିତ୍ସା ସମୟରେ ମହିଳାଜଣକ ତାଙ୍କ ନାକର ବହୁଳାଂଶ ହରାଇଥିଲେ।

ସୂଚନାଯୋଗ୍ୟ, ନାସିକା ଗହ୍ବର କର୍କଟ ରୋଗରେ ଆକ୍ରାନ୍ତ ଟୁଲୁଜ୍‌ର ଉକ୍ତ ମହିଳାଜଣକ ରେଡିଓ ଥେରାପି ଓ କେମୋଥେରାପି ଚିକିତ୍ସା ବେଳେ ନାକରୁ କିଛି ଅଂଶ ହରାଇଥିଲେ। ନାସିକା ପୁନର୍ନିମାଣ ଓ କୃତ୍ରିମ ନାସିକା ରୋପଣ ଉଦ୍ୟମ ବିଫଳ ହେବାରୁ ନାକ ବିନା ମହିଳାଜଣଙ୍କ ଦୀର୍ଘ ଦିନ ରହିଥିଲେ।

publive-image Image Courtesy of NDTV

‘ଇଭିନିଙ୍ଗ୍ ଷ୍ଟାଣ୍ଡାର୍ଡ’ ରିପୋର୍ଟ ଅନୁସାରେ, ମହିଳାଙ୍କ ନାକର ଉପାସ୍ଥି (କୋମଳ ଅସ୍ଥି ବା କାର୍ଟିଲେଜ୍‌) ପରିବର୍ତ୍ତନ କରିବା ପାଇଁ ‘ଥ୍ରିଡି’ ପଦ୍ଧତି ପ୍ରିଣ୍ଟ୍‌ କରାଯାଇଥିବା ‘ବାୟୋମେଟେରିଆଲ୍‌’ ବା ‘ଜୈବିକ ସାମଗ୍ରୀ’ ଆବଶ୍ୟକ ହୋଇଥିଲା। ଏହି ‘ବାୟୋମେଟେରିଆଲ୍‌’ ଉକ୍ତ ମହିଳାଙ୍କ ଶରୀରୁ ସଂଗ୍ରହ କରାଯାଇ ତାଙ୍କ ନାସିକ ଗଠନ କରାଯିବା ପରେ ଉକ୍ତ ନାସିକାକୁ ତାଙ୍କ ହାତର ନିମ୍ନ ଭାଗରେ ସଂଯୋଗ କରାଯାଇଥିଲା। ନିର୍ମିତ ନାସିକାକୁ ଚର୍ମରେ ଆବୃତ କରିବା ନିମନ୍ତେ ମହିଳାଙ୍କ କପାଳରୁ ଚର୍ମ ବାହାର କରାଯାଇଥିଲା। ନିର୍ମିତ ନାସିକାଟି ତାଙ୍କ ହାତରେ ଦୁଇ ମାସ ବଢ଼ି ଥିଲା। ତା’ପରେ ଶଲ୍ୟ ଚିକିତ୍ସକମାନେ ଉକ୍ତ ସେ ନାସିକାଟିକୁ ହାତରୁ କାଢ଼ି ନେଇ ମୁହଁ ପ୍ରତିରୋପଣ କରିଥିଲେ।

publive-image Image Courtesy of Daily Mail

‘ଇଭିନିଙ୍ଗ୍‌ ଷ୍ଟାଣ୍ଡାର୍ଡ’ ଉକ୍ତ ରିପୋର୍ଟରେ ଆହୁରି ମଧ୍ୟ ଲେଖିଛି ଯେ, ‘ମାଇକ୍ରୋସର୍ଜରି’ (ଅତି ସୂକ୍ଷ୍ମ ଅସ୍ତ୍ରୋପଚାର) କରି ଡାକ୍ତରମାନେ ହାତର ଚର୍ମରେ ଥିବା ରକ୍ତବାହୀ ନଳୀଗୁଡ଼ିକୁ ମହିଳାଙ୍କ ମୁହଁରେ ଥିବା ରକ୍ତବାହୀ ନଳୀଗୁଡ଼ିକରେ ସଂଯୁକ୍ତ କରିଥିଲେ।

୧୦ ଦିନର ଡାକ୍ତରଖାନା ଚିକିତ୍ସା ଏବଂ ୩ ସପ୍ତାହ ଆଣ୍ଟିବାୟୋଟିକ୍‌ ନେବା ପରେ ମହିଳାଜଣକ ସୁସ୍ଥ ଅନୁଭବ କରୁଥିବା କଥା ଡାକ୍ତରମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe