ଆମେ ଚେଇଁଛୁ କହି ଶୋଇପଡ଼ିବା କାଳ ହେଲା! ନିଦ୍ରିତ ଆତଙ୍କବାଦୀଙ୍କୁ ନିମିଷକେ ଉଡ଼ାଇଲା ଭାରତୀୟ ବାୟୁସେନା

Advertisment
ଆମେ ଚେଇଁଛୁ କହି ଶୋଇପଡ଼ିବା କାଳ ହେଲା! ନିଦ୍ରିତ ଆତଙ୍କବାଦୀଙ୍କୁ ନିମିଷକେ ଉଡ଼ାଇଲା ଭାରତୀୟ ବାୟୁସେନା

ଇସ୍‌ଲାମବାଦ୍‌: ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ମଙ୍ଗଳବାର ମଧ୍ୟ ରାତ୍ରୀରେ ପାକିସ୍ତାନରେ ପଶି ଭାରତ ଦ୍ୱିତୀୟ ସଫଳ ସର୍ଜିକାଲ୍‌ ଷ୍ଟାଇକ କରିବା ପରେ ଏହି ଖବରର ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଭାରତୀୟ ବାୟୁ ସେନା କରିଥିବା ଏହି ଏୟାର୍‌ ଷ୍ଟ୍ରାଇକ୍‌ ପାକିସ୍ତାନକୁ ଶକ୍ତ ଧକ୍କା ଦେଇଛି। ନିଦ ଭାଙ୍ଗିବା ପୂର୍ବରୁ ଭାରତ ପକ୍ଷରୁ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇ ସାରିଥିଲା। ପାକିସ୍ତାନର ୨୦୦-୩୦୦ ଆତଙ୍କବାଦୀ ମାତ୍ର ୨୦ ମିନିଟ୍‌ ଭିତରେ ନିପାତ ହୋଇଥିଲେ।

ଏହି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ରେ ଏବେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟର ଏକ ଟୁଇଟ୍‌ ସୋସିଆଲ୍‌ ମିଡିଆରେ ପରିହାସର ବିଷୟବସ୍ତୁ ପାଲଟିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସର୍ଜିକାଲ ଷ୍ଟ୍ରାଇକ୍‌ ରାତିରେ ଅର୍ଥାତ ଗତକାଲି ରାତି ୧୨.୦୬ ସମୟରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ଟୁଇଟ୍‌ କରିଥିଲା ‘ଭଲରେ ଶୋଇପଡ଼, ପିଏଫ୍‌ ଚାହିଛି’। ମାତ୍ର ମଜାର କଥା ହେଉଛି ଏହି ଟୁଇଟ୍‌ କରି ବୋଧେ ଟୁଇଟର୍‌ ଆକାଉଣ୍ଟ୍‌ ବନ୍ଦ ହେବା ପାଇଁ ଯେତିକି ସମୟ ଲାଗିଥିବ ସେତିକି ସମୟ ଭିତରେ ହୋଇଥିଲା ଏୟାର୍‌ ସର୍ଜିକାଲ୍‌ ଷ୍ଟ୍ରାଇକ୍‌।

ଟୁଇଟ୍‌ ହୋଇଥିଲା ୧୨ଟା ୬ରେ। ଆବଶ୍ୟ ଭାରତୀୟ ବାୟୁସେନା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବା ବେଳେକୁ ସମୟ ୩.୩୦ ବାଜି ସାରିଥିଲା। ମାତ୍ର ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଟୁଇଟ୍‌ କରିବା ବେଳକୁ ଭାରତୀୟ ବାୟୁସେନା ପକ୍ଷରୁ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପ୍ରସ୍ତୁତି ଏକରକମର ଆରମ୍ଭ ହୋଇ ସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe