ଆତ୍ମସମର୍ପଣ କର ବଞ୍ଚି ଯିବ: ମାରିୟୁପୋଲ୍‌ ପ୍ରତିରକ୍ଷାକାରୀ ସୈନିକଙ୍କୁ କହିଲା ରୁଷ୍‌

Advertisment
ଆତ୍ମସମର୍ପଣ କର ବଞ୍ଚି ଯିବ: ମାରିୟୁପୋଲ୍‌ ପ୍ରତିରକ୍ଷାକାରୀ ସୈନିକଙ୍କୁ କହିଲା ରୁଷ୍‌

Image Courtesy of Rappler

ନୂଆଦିଲ୍ଲୀ: ଜୀବନ ବଞ୍ଚାଇବାକୁ ଚାହଁ ତ ଆଜି ସକାଳ ୮.୩୦ ସୁଦ୍ଧା ଆତ୍ମସମର୍ପଣ କର ବୋଲି ମାରିୟୁପୋଲ୍‌ ସୁରକ୍ଷା ପାଇଁ ଲଢ଼େଇ କରୁଥିବା ୟୁକ୍ରେନୀୟ ସୈନିକମାନଙ୍କୁ ରୁଷ୍‌ କହିଛି।

ନିଉଜ୍‌ ଏଜେନ୍‌ସି ‘ଏପିଏଫ୍‌’ ରିପୋର୍ଟ ଅନୁସାରେ, ମାରିୟୁପୋଲ୍‌ର ଅଧିକାଂଶ ନଗରାଞ୍ଚଳ ଅଧକାର କରିନେଲାଣି ବୋଲି ମସ୍କୋ ଦାବି କରୁଛି। କେବଳ ସ୍ବଳ୍ପ ସଂଖ୍ୟକ ସୈନିକ ଦଳ ‘ଆଜୋଭ୍‌ସ୍ତଲ୍‌ ଇସ୍ପାତ କାରଖାନା’ରେ ଅଛନ୍ତି।

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରେ ମାରିୟୁପୋଲ୍‌ରେ ସବୁଠୁ ଅଧିକ ମାନବୀୟ ଦୁର୍ବିପାକ ଦେଖିବାକୁ ମିଳୁଛି। କିନ୍ତୁ, ମାରିୟୁପୋଲ୍‌ର ଅଧିକାଂଶ ଅଞ୍ଚଳ ଦଖଲ କରି ନେଇଛି ବୋଲି ମସ୍କୋ କରୁଥିବା ଦାବିକୁ ନିର୍ଦ୍ବନ୍ଦରେ ସୁନିଶ୍ଚିତ କରିହେବ ନାହିଁ ବୋଲି ନିଉଜ୍‌ ଏଜେନ୍‌ସି ‘ଏପିଏଫ୍‌’ ରିପୋର୍ଟ କରିଛି।

publive-image Image Courtesy of NDTV

ରୁଷ୍‌ କହିଛି, ‘ଆଜୋଭ୍‌ସ୍ତଲ୍‌ ଇସ୍ପାତ କାରଖାନା’ରେ ଯେଉଁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି ସେଥି ପ୍ରତି ଦୃଷ୍ଟି ଦେଇ ମାନବୀୟ ବିଚାରବୋଧ ଅନୁସାରେ, ସଶସ୍ତ୍ର ରୁଷୀୟ ସେନା ୟୁକ୍ରେନ୍‌ର ‘ନ୍ୟାସ୍‌ନାଲିଷ୍ଟ୍‌ ବାଟାଲିୟନ୍‌’ ଏବଂ ଯୁଦ୍ଧ କରିବା ପାଇଁ ବିଦେଶରୁ ଅଣାଯାଇଥିବା ସୈନିକମାନଙ୍କୁ ଅନୁରୋଧ ସେମାନେ ମସ୍କୋ ସମୟ ଆଜି ସକାଳ ୬ଟା ସୁଦ୍ଧା ଅସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରନ୍ତୁ।

ରୁଷୀୟ ସଶସ୍ତ୍ରବାହିନୀ ଆହୁରି ମଧ୍ୟ କହିଛି, ଯେଉଁମାନେ ଅସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିବେ ସେମାନଙ୍କୁ ଛାଡ଼ି ଦିଆଯିବ ବୋଲି ଅଭୟ ଦେଉଛୁ। ସକାଳ ୧୦ଟା ସୁଦ୍ଧା ସେମାନେ ଅସ୍ତ୍ରଶସ୍ତ୍ର ଛାଡ଼ି ଚାଲିଯାଇ ପାରିବେ।

କିନ୍ତୁ, କିବ୍‌ ତରଫରୁ ଏ ସଂକ୍ରାନ୍ତରେ ତୁରନ୍ତ କ‌ୌଣସି ଉତ୍ତର ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe