ଆତ୍ମସମର୍ପଣ କଲେ ମିଳୁଛି ଆବାସ ଘର, ମାଓବାଦୀଙ୍କ ପାଇଁ ଖୁସି ଖବର

pmay to sundered naxal

Photograph: (sambad.in)

ରାଇପୁର: ଆତ୍ମସମର୍ପଣ କଲେ ମିଳୁଛି ଘର । ଯେଉଁମାନେ ହିଂସ୍ରାର ପଥ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ସେମାନଙ୍କ ପାଇଁ ଆବାସ ଯୋଜନାରେ ଘର ଦିଆଯିବ । ପ୍ରଥମ ଥର ପାଇଁ ଏଭଳି ଏକ ଯୋଜନା କରିଛି ଛତିଶଗଡ ବଳରାମପୁର ଜିଲ୍ଲା ପ୍ରଶାସନ ।

ଖାଲି ସେତିକି ନୁହେଁ ନକ୍ସଲି କାର୍ୟ୍ୟକଳାପ ପାଇଁ ଯଦି କୌଣସି ଲୋକ କ୍ଷତି ସହିଥିବେ ତେବେ ଉକ୍ତ କ୍ଷତିଗ୍ରସ୍ତଙ୍କୁ ବି ମିଳିବ ଆବାସ ଘର । ୭୭ ଜଣିଆ ତାଲିକାରେ ୩୦ ଜଣ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୨୩ ଜଣଙ୍କୁ ଘର ଦେବାକୁ ଆଦେଶ ମିଳିଛି ।

ତେବେ ଆଜି ତେଲେଙ୍ଗାନାରେ ଆତ୍ମସମର୍ପଣ କରିଥିବା ଛତିଶଗଡ଼ର ୮୬ ମାଓବାଦୀ ହିଂସାର ବାଟ ଛାଡି ଶାନ୍ତିର ବାଟ ବାଛିଥିବାରୁ ପୁରସ୍କାର ଦେଇଛି ପୋଲିସ । ଆତ୍ମସମର୍ପଣ କରିଥିବା ପ୍ରତି ମାଓବାଦୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯାଇଛି । ଏଥିସହ ମାଓବାଦୀଙ୍କୁ ଅସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ପୋଲିସ ।

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓମୁକ୍ତ କରିବାକୁ ଯୋଜନା ଚାଲିଥିବା ବେଳେ ଯେକୌଣସି ମତେ ମାଓବାଦର ଅନ୍ତ ପାଇଁ ରଣନୀତି ପ୍ରସ୍ତୁତି ହେଉଛି । ଗତ କିଛି ମାସ ହେବ ଏନକାଉଣ୍ଟରକୁ ଜୋରଦାର କରାଯାଇଥିବା ବେଳେ ଭୟରେ ମାଓବାଦୀମାନେ ଆତ୍ମସମର୍ପଣ କରୁଛନ୍ତି । ଏପରି ସ୍ଥଳରେ ମାଓବାଦୀଙ୍କୁ ଅସ୍ତ୍ର ଛାଡିବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe