ବିଭିନ୍ନ ରାଜ୍ୟରେ ଗର୍ଭପାତ ବଟିକାର ଅଭାବ, ଅବାଞ୍ଛିତ ଗର୍ଭଧାରଣ ବୃଦ୍ଧି ହେବାର ଆଶଙ୍କା

ବିଭିନ୍ନ ରାଜ୍ୟରେ ଗର୍ଭପାତ ବଟିକାର ଅଭାବ, ଅବାଞ୍ଛିତ ଗର୍ଭଧାରଣ ବୃଦ୍ଧି ହେବାର ଆଶଙ୍କା

News18.com

ନୂଅ‌ାଦିଲ୍ଳୀ: ନିକଟରେ ଗର୍ଭପାତ ବଟିକାର ଉପଲବ୍ଧତାକୁ ଆକଳନ କରିବା ପାଇଁ ୬ଟି ରାଜ୍ୟରେ ଏକ ସର୍ଭେ କରାଯାଇଥିଲା। ଏଥିରୁ ଏହି ବଟିକାର ବ୍ୟାପକ ଅଭାବ ପରିଲକ୍ଷିତ ହେବା ପରେ ଆସନ୍ତା ମାସରେ ଅବାଞ୍ଛିତ ଗର୍ଭଧାରଣର ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି।

ଫାଉଣ୍ଡେସନ୍‌ ଫର୍‌ ରିପ୍ରଡକ୍ଟିଭ୍‌ ହେଲ୍‌ଥ ସର୍ଭିସ ଇଣ୍ତିଆ ପକ୍ଷରୁ ହୋଇଥିବା ଏହି ଅନୁଧ୍ୟାନରେ ୧୫୦୦ ରସାୟନ ବିଜ୍ଞାନୀ ସାମିଲ୍‌ ହୋଇଥିଲେ। ଯେଉଁ ୬ଟି ରାଜ୍ୟକୁ ନେଇ ଅନୁଧ୍ୟାନ କରାଯାଇଥିଲା ସେଥିମଧ୍ୟରୁ ୫ଟି ରାଜ୍ୟ ହେଉଛି ମଧ୍ୟପ୍ରଦେଶ(୬.୫%), ପଞ୍ଜାବ(୧.୦%) , ତାମିଲନାଡୁ(୨.୦%), ହରିୟାଣା(୨.୦%), ଏବଂ ଦିଲ୍ଲୀ(୩୪.୦%)।  ଏଠାରେ ଦିଆଯାଇଥିବା ପ୍ରତିଶତ ଅନୁଯାୟୀ ଗର୍ଭପାତ ବଟିକାର ଅଭାବ ରହିଛି ବୋଲି ଜାଣିବାକୁ ମିଳିଛି। ଏହି ଅନୁଧ୍ୟାନରେ ସାମିଲ୍‌ ହୋଇଥିବା ଅନ୍ୟତମ ରାଜ୍ୟ ହେଉଛି ଆସାମ, ଯେଉଁଠାରେ କି ଗର୍ଭପାତ ବଟିକାର ଉପଲବ୍ଧତା ଉଚିତ ପରିମାଣରେ ରହିଛି।

publive-image
ET HealthWorld

ଫାଉଣ୍ଡେସନ୍‌ ଫର୍‌ ରିପ୍ରଡକ୍ଟିଭ୍‌ ହେଲ୍‌ଥ ସର୍ଭିସ ଇଣ୍ତିଆର ଡ୍ରଗ୍ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ପ୍ରାୟ ୭୯% ରସାୟନ ବିଜ୍ଞାନୀ ଆଇନଗତ ସମସ୍ୟାକୁ ଏଡାଇବା ପାଇଁ ମେଡିକାଲରେ ଗର୍ଭପାତ ବଟିକାକୁ ଜମା କରି ରଖନ୍ତି ନାହିଁ।

ସେହିପରି ଫାଉଣ୍ଡେସନ୍‌ ଫର୍‌ ରିପ୍ରଡକ୍ଟିଭ୍‌ ହେଲ୍‌ଥ ସର୍ଭିସ ଇଣ୍ତିଆର ସିଇଓ ଭି.ଏସ୍ ଚନ୍ଦ୍ରଶେଖର କହନ୍ତି, ‘ଭାରତରେ ଗର୍ଭଧାରଣକୁ ବନ୍ଦ କରିବା ପାଇଁ ଗର୍ଭପାତ ବଟିକା ଅଧିକ ପସନ୍ଦଯୋଗ୍ୟ ହୋଇପାରିଛି। ଔଷଧର ଉପଲବ୍ଧତା ନ ଥିବାରୁ ମହିଳାଙ୍କ ସୁରକ୍ଷିତ ଗର୍ଭପାତକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ପ୍ରମାଣ ହେଉଛି ଯେ ଗର୍ଭପାତ ପାଇଁ ଗର୍ଭପାତ ବଟିକା ଏକ ନିରାପଦ ତଥା ଉପଯୁକ୍ତ ମାଧ୍ୟମ। ତାହାର ଉପଲବ୍ଧତା ଅସୁରକ୍ଷିତ ଗର୍ଭପାତ, ମାତୃ ମୃତ୍ୟୁହାର ଆଦିକୁ କମ୍‌ କରିବା ସହ ରୋଗ ହ୍ରାସ କରିଥାଏ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe