Advertisment

୧୧ନମ୍ବର ସିଟରେ ବସି ବଞ୍ଚିଯାଇଥିବା ରମେଶ ହସ୍ପିଟାଲର ୧୧ନମ୍ବର ୱାର୍ଡରେ ହୋଇଛନ୍ତି ଭର୍ତ୍ତି

Advertisment
er5

ଅହମଦାବାଦ: ଅହମଦାବାଦରେ ଗତ ଜୁନ ୧୨ ତାରିଖରେ ହୋଇଥିବା ଭୟାବହ  ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୪୧ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଏକମାତ୍ର ବିମାନ ଯାତ୍ରୀ ସୌଭାଗ୍ୟବଶତଃ ବଞ୍ଚିଯାଇଛି। ଏହି ଭାଗ୍ୟବାନ ବ୍ୟକ୍ତିଙ୍କ ନାମ ବିଶ୍ୱାଶ କୁମାର ରମେଶ। ଯିଏକି ଜଣେ ବ୍ରିଟିଶ ନାଗରିକ ଥିବା ଜଣାପଡ଼ିଛି। 

ଗୁରୁତର ଅବସ୍ଥାରେ ରମେଶଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ହସ୍ପିଟାଲରେ ରମେଶଙ୍କୁ ଭେଟି ମୋଦୀ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ।

ଏହି ସମୟର ଏକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ରମେଶ ହସ୍ପିଟାଲର ୧୧ନମ୍ବର ୱାର୍ଡରେ ଭର୍ତ୍ତି ହୋଇଥିବା  ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଏହି ନମ୍ବର ରମେଶଙ୍କ ପାଇଁ ଲକି ବୋଲି ଚର୍ଚ୍ଚା ଜୋର ଧରିଛି। କାରଣ ବିମାରେ ବସିଥିବା ୨୪୧ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ରମେଶ ଏକମାତ୍ର ଯାତ୍ରୀ ଯିଏକି ବଞ୍ଚିଯାଇଛନ୍ତି। ଏକଥାକୁ ରମେଶ ନିଜେ ବି ବିଶ୍ବାସ କରି ପାରୁ ନାହାନ୍ତି।

ରମେଶ କହିଛନ୍ତି,‘ ୧୧ନମ୍ବର ସିଟରେ ବସିଥିବାରୁ ମୁଁ ଦ୍ବିତୀୟ ଜନ୍ମ ପାଇଛି ଭଳି ଲାଗୁଛି। ବିମାନର ବାମ ପାର୍ଶ୍ୱରେ ଜରୁରୀକାଳୀନ ଦ୍ୱାର ପାଖରେ ୧୧ଏ ପାଖରେ ବସିଥିଲି। ବିମାନ ଉଡ଼ାଣ ଭରିବା ପରେ ହଠାତ ଭାଙ୍ଗି ଯାଇଥିଲା । ଏହାପରେ ମୁଁ ସିଟରୁ ଝିଟିକି ତଳକୁ ପଡ଼ିଯାଇଥିଲି। ଫଳସ୍ବରୂପ ମୋ ଜୀବନ ରକ୍ଷା ପାଇଯାଇଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe