ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। କାରଣ ଦିନକୁ ଦିନ ଦିଲ୍ଲୀ ବାୟୁର ପ୍ରଦୂଷଣର ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପ୍ରଦୂଷଣ ଯଦି କ୍ରମାଗତ ଭାବେ ଜାରି ରୁହେ ଆଗାମୀ ଦିନରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂତ୍ରରୁ ପ୍ରକାଶ ପାଇଛି।
ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି ଦିଲ୍ଲୀ ପ୍ରଦୂଷଣ
ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, ‘ରାଜଧାନୀରେ ପ୍ରଦୂଷଣ ପରିସ୍ଥିତି ଏତେ ଗମ୍ଭୀର ହୋଇଗଲାଣି ଯେ ୫୫ ମିନିଟ ବାହାରେ ଚାଲି ଆସିଲେ ସକାଳ ପର୍ଯ୍ୟନ୍ତ ଅସ୍ୱସ୍ତିକର ଅନୁଭବ ହେଉଛି। ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ ତାଙ୍କ ଅସୁସ୍ଥ ସ୍ୱାସ୍ଥ୍ୟାବସ୍ଥା ଦର୍ଶାଇ ଶୁଣାଣିରୁ ରହିତାଦେଶ ମାଗିବା ସମୟରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏହି ମନ୍ତବ୍ୟ ଦେଇଥିଲେ। ମୁଖ୍ୟ ବିଚାରପତି ଆଇନଜୀବୀଙ୍କୁ ପଚାରିଥିଲେ ଆପଣଙ୍କ ଏ ଅସୁସ୍ଥତା ଦିଲ୍ଲୀର ପ୍ରଦୂଷଣ ଯୋଗୁଁ ହେଉଛି କି? ବିଚାରପତିଙ୍କ ପ୍ରଶ୍ନର ଉତ୍ତର ଦେଇ ଦ୍ୱିବେଦୀ କହିଥିଲେ, ‘ ହଁ ଆଜ୍ଞା। ଏସବୁ ଅସୁସ୍ଥତା ପ୍ରଦୂଷଣ କାରଣରୁ ହେଉଛି।’
ବରିଷ୍ଠ ଆଇନଜୀବୀ କପିଲ ସିବଲ ମଧ୍ୟ କହିଛନ୍ତି ଯେ ସେ ପ୍ରଦୂଷଣ ଯୋଗୁଁ ଚାଲିବା ବନ୍ଦ କରିଦେଇଛନ୍ତି। ସନ୍ଧ୍ୟା ସମୟରେ ମଧ୍ୟ ଦିଲ୍ଲୀର AQI ୩୦୦ ରୁ ୩୫୦ ମଧ୍ୟରେ ରହୁଛି।
ଅଧିକପଢ଼ନ୍ତୁ:ଡ୍ରଗ୍ସ ବଦଳରେ ଜେଲ୍ରେ ଝିଟିପିଟି ଲାଞ୍ଜ ଖାଉଛନ୍ତି କଏଦୀ
ପ୍ରଦୂଷିତ ବାୟୁରେ ଚାଲିବା କେତେ ସୁରକ୍ଷିତ?
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେତେବେଳେ ବାୟୁ ପ୍ରଦୂଷଣ ସ୍ତର ଅଧିକ ରହୁଛି, ସେତେବେଳେ ବାହାରେ ଚାଲିବା କିମ୍ବା ଦୌଡ଼ିବା ଠାରୁ ନିବୃତ୍ତ ରହିବା ଉଚିତ। କାରଣ ଆମେ ଅନ୍ୟ ସମୟ ଅପେକ୍ଷା ଯେତେବେଳେ ବ୍ୟାୟାମ କରୁ କିମ୍ବା ଦ୍ରୁତ ଗତିରେ ଚାଲିଥାଉ ଅଧିକ ଗଭୀର ନିଶ୍ୱାସ ନେଇଥାଉ। ଯଦ୍ବାରା ବାୟୁରେ ଥିବା କ୍ଷତିକାରକ କଣିକା ଏବଂ ବିଷାକ୍ତ ଗ୍ୟାସଗୁଡ଼ିକୁ ଆମ ନିଶ୍ବାସ ଓ ପ୍ରଶ୍ବାସରେ ଯାଇ ଫୁସଫୁସରେ ପହଞ୍ଚି ଗଭୀର କ୍ଷତି ପହଞ୍ଚାଇଥାଏ।
ଅଧିକପଢ଼ନ୍ତୁ:ବାରମ୍ବାର ଟଙ୍କା ମାଗୁଥିବା ଆଦିଲର ହ୍ବାଟସଆପ ଚାଟ ଭାଇରାଲ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/26/new-project-4-2025-11-26-17-36-12.jpg)