ଓ୍ଵାଶିଂଟନ: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଆମେରିକାର ଜାତିସଂଘରେ ଶନିବାର ସଂଧ୍ୟାରେ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି। ବିଶ୍ୱରେ ହିଂସାକାଣ୍ଡ ବଢ଼ିଚାଲିଛି। ଏହାର ମୁକାବିଲା କରିବା ପାଇଁ ବିଶ୍ୱ ସମୁଦାୟକୁ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ। ପାକିସ୍ତାନ ହେଉଛି ଏକ ଆତଙ୍କବାଦୀ ରାଷ୍ଟ୍ର। ମାତ୍ର ଭାରତ ସବୁବେଳେ ଶାନ୍ତି ଚାହୁଁଛି। ଏଥିପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଇଛନ୍ତି ବୋଲି ସ୍ୱରାଜ ମତ ରଖିଛନ୍ତି। ୭୨ତମ ଅଧିବେଶନରେ ସ୍ୱରାଜ କହିଛନ୍ତି। ଦାରିଦ୍ରତା ଦୂର କରିବା ପାଇଁ ମୋଦି ସରକାର ବିଭିନ୍ନ ପ୍ରକାରର ଯୋଜନା ଆରମ୍ଭ କରିଛନ୍ତି। ‘ଜନଧନ ଯୋଜନା’ରେ ୩୦ କୋଟି ଲୋକଙ୍କର ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲା ଯାଇଥିବା ବେଳେ ମହିଳାଙ୍କ ସୁବିଧା ପାଇଁ ‘ଉଜ୍ୱଳା ଯୋଜନା’ରେ ଗ୍ୟାସ୍ ସିଲିଣ୍ଡର୍ ଉପଲବ୍ଧ କରାଇ ପାରିଛନ୍ତି।
ପାକିସ୍ତାନ ଆତଙ୍କବାଦୀ ରାଷ୍ଟ୍ର: ଜାତିସଂଘରେ ସୁଷମାଙ୍କ ଅଭିଭାଷଣ
Advertisment
Follow Us