#ମି ଠୁ ପଞ୍ଝ‌ାରେ ସୁଶାନ୍ତ, ଅଭିଯୋଗ ଆଣିଲେ ସଞ୍ଜନା ସାଙ୍ଘ୍‌ଭି

Advertisment

ଅନୁ ମଲିକଙ୍କ ବିରୋଧରେ ଆଉ ୨ ଅଭିଯୋଗ, ଆକବରଙ୍କ ଶୁଣାଣି ୩୧ରେ

ଅନୁ ମଲିକଙ୍କ ବିରୋଧରେ ଆଉ ୨ ଅଭିଯୋଗ, ଆକବରଙ୍କ ଶୁଣାଣି ୩୧ରେ

#ମି ଠୁ ପଞ୍ଝ‌ାରେ ସୁଶାନ୍ତ, ଅଭିଯୋଗ ଆଣିଲେ ସଞ୍ଜନା ସାଙ୍ଘ୍‌ଭି

ମୁମ୍ବାଇ: ସଦ୍ୟତମ ଘଟଣାକ୍ରମେ ଅଭିନେତା ସୁଶାନ୍ତ ସିଂହ ରାଜପୁତ #ମି ଠୁ ପଞ୍ଝାରେ ପଡ଼ିଛନ୍ତି। ତାଙ୍କ ବି‌େରାଧରେ ଫିଲ୍ମ ‘କିଜି ଔର ମ୍ୟ‌ାନି’ର ଅଭିନେତ୍ରୀ ସଞ୍ଜନା ସାଙ୍ଘ୍‌ଭି ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। କିନ୍ତୁ ସୁଶାନ୍ତ ଏହାକୁ ଖଣ୍ଡନ କରିଛନ୍ତି। ଏହାକୁ ନେଇ ବଲିଉଡ୍‌ ଶିଳ୍ପରେ ଚର୍ଚ୍ଚା ଜୋର ଧରିଛି। ସେପଟେ ସୋନା ମହାପାତ୍ର ଏବଂ ଶ୍ବେତା ପଣ୍ଡିତଙ୍କ ପରେ ଆଉ ଦୁଇଜଣ ମହିଳା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଦୁଇଜଣ ଅଜଣା ମହିଳା ଏହି ଅଭିଯୋଗ ଆଣିଛନ୍ତି। ଜଣେ ମହିଳାଙ୍କ କହିବାନୁସାରେ ୧୯୯୦ରେ ଦିନେ ସେ ମେହବୁବ ଷ୍ଟୁଡିଓକୁ ଅନୁ ମଲିକଙ୍କୁ ଦେଖା କରିବାକୁ ଯାଇଥିଲେ। ସେଠାରେ ଅନୁ ମଲିକ ତାଙ୍କୁ ଅସଦାଚରଣ କରିଥିଲେ। ଏହାପରେ ଅନୁ ମଲିକଙ୍କ ବାସଭବନକୁ ସେ ଯାଇଥିଲେ। ସେଦିନ ତାଙ୍କ ଘରେ କେହି ନଥିଲେ। ଏହାର ସୁଯୋଗ ନେଇ ଅନୁ ତାଙ୍କୁ ଅସଦାଚରଣ କରିଥିଲେ। ଏହି ସମୟରେ ସୌଭାଗ୍ୟବଶତଃ କଲିଂ ବେଲ୍‌ ବାଜିବାରୁ ସେ ବଞ୍ଚିଯାଇଥିଲେ। ତେବେ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ ‌େସ ଧମକ ଦେଇଥିଲେ। ଅନ୍ୟଜଣେ ମହିଳାଙ୍କ କହିବାନୁସାରେ ସେ ଅନୁ ମଲିକଙ୍କୁ ଷ୍ଟୁଡିଓରେ ସାକ୍ଷାତ କରିଥିଲେ। ଏହି ସମୟରେ ଅନୁ ତାଙ୍କୁ ଜବରଦସ୍ତ ଆଲିଙ୍ଗନ କରିଥିଲେ। କିନ୍ତୁ ସେ ଏହାକୁ ବାରଣ କରିବାରୁ ଅନୁ ମଲିକ ଛାଡ଼ିଦେଇଥିଲେ। ତେବେ ସେ ତାଙ୍କ ପତ୍ନୀଙ୍କୁ ଖୁବ୍‌ ଭଲ ପାଆନ୍ତି ବୋଲି ଅନୁ ସଫେଇ ଦେଇଥିଲେ। ଡ‌ଜନେରୁ ଅଧିକ ଯୌନ ନିର୍ଯାତନା ଅଭିଯୋଗର ସାମ୍ନା କରୁଥିବା ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ ଆକବରଙ୍କ ପକ୍ଷରୁ ହୋଇଥିବା ମାନହାନି ମାମଲାର ଶୁଣାଣି ଅକ୍ଟୋବର ୩୧ରେ ହେବ ବୋଲି ଜଣାଯାଇଛି। ଏହି ଦିନ ଦିଲ୍ଲୀ ‌କୋର୍ଟ ତାଙ୍କ ବୟାନ ରେକର୍ଡ କରି‌େବ ବୋଲି ଜଣାପଡ଼ିଛି। ଆକବରଙ୍କ ବିରୋଧରେ ଡଜେନରୁ ଅଧିକ ମହିଳା ଅଭିଯୋଗ ଆଣିଥିବା ବେଳେ ଆକବର ସାମ୍ବାଦିକା ପ୍ରିୟା ରମାନିଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe