ନୂଆ ମୋଡ଼ ନେଲା ସୁଶାନ୍ତଙ୍କ ମୃତ୍ୟୁ ମାମଲା: ମ୍ୟାନେଜର ଦିଶାଙ୍କ ମୃତ୍ୟୁକୁ ଯୋଡ଼ି ଯାଞ୍ଚ କରିବ ସିବିଆଇ

Advertisment
ନୂଆ ମୋଡ଼ ନେଲା ସୁଶାନ୍ତଙ୍କ ମୃତ୍ୟୁ ମାମଲା: ମ୍ୟାନେଜର ଦିଶାଙ୍କ ମୃତ୍ୟୁକୁ ଯୋଡ଼ି ଯାଞ୍ଚ କରିବ ସିବିଆଇ

India.com

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ଆସିଛି। ସୁଶାନ୍ତଙ୍କ ମୃତ୍ୟୁ ଏବଂ ତାଙ୍କର ପୂର୍ବ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମଧ୍ୟରେ କିଛି ସଂପର୍କ ରହିଛି କି ନାହିଁ, ସେ ନେଇ ସିବିଆଇ ତଦନ୍ତ କରିବ। ଏଥିପାଇଁ ସିବିଆଇ ଅଧିକାରୀମାନେ ଦିଶାଙ୍କ କମ୍ପାନି କର୍ମଚାରୀ ବଣ୍ଟି ସଜଦେହଙ୍କୁ ପଚରାଉଚରା କରିବେ।

ଉଲ୍ଲେଖନୀୟ କଥା ହେଉଛି, ଜୁନ ୮ରେ ରିୟା ସୁଶାନ୍ତ ଘର ଛାଡ଼ି ଚାଲି ଆସିଥିବା ବେଳେ ସେହି ଦିନ ତାଙ୍କ ମ୍ୟାନେଜର ଦିଶାଙ୍କର ୧୪ମହଲାରୁ ଖସି ମୃତ୍ୟୁ ହୋଇଥିଲା। ପ୍ରଥମେ ଲୋକେ ଦିଶା ଏବଂ ସୁଶାନ୍ତଙ୍କ ମୃତ୍ୟୁ ଯୋଡ଼ି ଚର୍ଚ୍ଚା କରୁଥିବା ବେଳେ ଏବେ ସିବିଆଇ ମଧ୍ୟ ସେ ଦିଗକୁ ନେଇ ତଦନ୍ତ କରିବ। ଏଥିପାଇଁ ସିବିଆଇ ଦିଶାଙ୍କ ସହ କାମ କରୁଥିବା କର୍ମଚାରୀ ସଜଦେହଙ୍କୁ ପଚରାଉଚରା ପାଇଁ ପ୍ରସ୍ତୁତ ହୋଇଛି। ଦିଶା ଏବଂ ସୁଶାନ୍ତଙ୍କୁ ନେଇ ବଣ୍ଟିଙ୍କୁ ପ୍ରଶ୍ନ କରାଯିବ ବୋଲି ଜଣା ପଡ଼ିଛି।

Sad News! सुशांत सिंह राजपूत की मैनेजर ने बिल्डिंग से कूदकर दी जान - sushant singh rajput manager commits suicide-mobile Nari

ତେବେ ଆଜି କ୍ରମାଗତ ତୃତୀୟ ଦିନ ପାଇଁ ସିବିଆଇ ରିୟାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ଜେରା କରୁଛି। ରିୟାଙ୍କ ମା’ଙ୍କୁ ଆଜି କୌଣସି ପ୍ରଶ୍ନ କରାଯିବ ନାହିଁ ବୋଲି ଜଣା ପଡ଼ିଥିବା ବେଳେ ରିୟାଙ୍କ ଭାଇ ସୌଭିକଙ୍କୁ ସିବିଆଇ ମଧ୍ୟ ଜେରା କରିବ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe