ନିଶା ଔଷଧ କାରବାର ବିଷୟରେ ମାଆଙ୍କ ମୋବାଇଲ୍‌ ଫୋନ୍‌ରେ ଚାଟିଙ୍ଗ୍ କରୁଥିଲେ ରିୟା: ଏନ୍‌ସିବି

ନିଶା ଔଷଧ କାରବାର ବିଷୟରେ ମାଆଙ୍କ ମୋବାଇଲ୍‌ ଫୋନ୍‌ରେ ଚାଟିଙ୍ଗ୍ କରୁଥିଲେ ରିୟା: ଏନ୍‌ସିବି

Image Courtesy of India Today

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀ ତାଙ୍କ ମାଆ ସନ୍ଧ୍ୟା ଚକ୍ରବର୍ତ୍ତୀଙ୍କ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିଲେ ଏବଂ ସେଥିରେ ନିଶା ଔଷଧ ସମ୍ବନ୍ଧୀୟ ଚାଟିଙ୍ଗ୍ କରୁଥିଲେ ବୋଲି ‘ଏନ୍‌ସିବି’ସୂତ୍ରରୁ ଜଣାପଡ଼ିଛି।

‘ଏନ୍‌ସିବି’ ଉକ୍ତ ଫୋନ୍‌କୁ ଜବତ କରି ସେଥିରୁ ଡାଟା ଉଦ୍ଧାର କରିଛି। ‘ଏନ୍‌ସିବି’ କହିଛି‌ ଯେ, ମୋବାଇଲ୍‌ ଫୋନ୍ ଦାଖଲ କରିବାକୁ କୁହାଯିବା ସମୟରେ ରିୟା ଏହି ଫୋନ୍‌ଟିକୁ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଦେଇ ନ ଥିଲେ।

ରିୟା ଚକ୍ରବର୍ତ୍ତୀଙ୍କ ଘରେ ତଲାସ କରିବା ବେଳେ ‘ଏନ୍‌ସିବି’ ଏହି ଫୋନ୍‌ଟିକୁ ପାଇଥି‌ଲା। ଏହି ଫୋନ୍ ଜରିଆରେ ରିୟା ତାଙ୍କ ବନ୍ଧୁ ଓ ଅନ୍ୟ ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ ରଖୁଥିଲେ। ଏହି ଫୋନ୍‌ରେ ସେ ଅନେକ ହ୍ବାଟ୍ସ୍‌ଆପ୍‌ ଗ୍ରୁପ୍‌ରେ ସାମିଲ ହୋଇଥିଲେ। ଏବେ ଏହି ସବୁ ଗ୍ରୁପ୍‌ର ଅନେକ ‌ବ୍ୟକ୍ତି ‘ଏନ୍‌ସିବି’ ରାଡାର୍‌ରେ ଅଛନ୍ତି।

publive-image Image Courtesy of Pinkvilla

ଆର୍ଥିକ ଦୁର୍ନୀତି ତଦନ୍ତ ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ମୋବାଇଲ୍‌ ଫୋନ୍‌ଗୁଡ଼ିକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଜବତ କରିଥିଲା। ତଦନ୍ତ ସମୟରେ ପ୍ରବର୍ତ୍ତନ ନିର୍ଦେଶାଳୟ ରିୟା କରିଥିବା ଅନେକ ଚାଟ୍‌ ରିଲିଜ୍ କରିଥିଲା। ଜୟା ଶାହା, ଶ୍ରୁତି ମୋଦୀ, ସାମୁଏଲ୍ ମିରାଣ୍ଡା ଏବଂ ଗୌରବ ଆର୍ଯ୍ୟଙ୍କ ସଙ୍ଗେ ରିୟାଙ୍କ ହ୍ବାଟ୍ସ୍ଆପ୍‌ ଚାଟ୍‌ରୁ ନିଶା ଔ‌ଷଧ କାରବାରର ସୂଚନା ଦେଇଥିଲା। ଏହା ପରେ ‘ଏନ୍‌ସିବି’ ମାମଲାର ତଦନ୍ତ ଆରମ୍ଭ କରିଥିଲା।

ତିନି ଦିନ ପଚରା ଉଚୁରା କରିବା ପରେ ସୁଶାନ୍ତ ସିଂହ ରାଜପୁତଙ୍କ ଲାଗି ନିଶା ଔଷଧ ‌ବ୍ୟବସ୍ଥା କରୁଥିବା ଅଭିଯୋଗରେ ରିୟାଙ୍କୁ ଗିରଫ କରାଯାଇଥିଲା। ରିୟାଙ୍କ ଭାଇ ସୌୱିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ହାଉସ୍‌ ମ୍ୟାନେଜର୍‌ ସାମୁଏଲ୍ ମିରାଣ୍ଡା, ତାଙ୍କ କର୍ମଚାରୀ ଦୀପେଶ ସାୱନ୍ତ ଏବଂ ନିଶା ଔଷଧ ବିକାଳି ଜାଇଦ୍‌ ବିଲାତ୍ରା ଓ ବସିତ ପରିହାରଙ୍କୁ ମଧ୍ୟ ‘ଏନ୍‌ସିବି’ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe