ABP Live - ABP News
ମୁମ୍ବାଇ: ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରି ଦେଇଛି। ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀ ମୁମ୍ବାଇର ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଟଙ୍କା ହେରଫେର ମାମଲାରେ ରିୟାଙ୍କୁ ଇଡି ପଚରାଉଚରା କରିବ। ଇଡି ରିୟାଙ୍କୁ ତୀକ୍ଷ୍ଣ ପ୍ରଶ୍ନ ପଚାରିପାରେ | ରିୟା ସୁଶାନ୍ତ ସିଂଙ୍କ ଆକାଉଣ୍ଟରୁ ୧୫କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିବା ବେଳେ କେଉଁ କାରଣ ପାଇଁ ଏତେ ଟଙ୍କା କାଢ଼ିଥିଲେ, ସେ ନେଇ ପ୍ରଶ୍ନ କରିବ ଇଡି। ଏହା ସହ ରିୟା କିିଣିଥିବା ସମ୍ପତ୍ତି ବିଷୟରେ ମଧ୍ୟ ଇଡି ପଚରାଉଚରା କରିବ ବୋଲି ଜଣା ପଡ଼ିଛି।
intodayଇଡି ସନ୍ଦେହ କରୁଛି ଯେ, ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ରିୟା ଏବଂ ତାଙ୍କ ଭାଇଙ୍କ ମାଧ୍ୟମରେ ଟଙ୍କା କାରବାର ହୋଇଛି। ଇଡି ମୁମ୍ବାଇରେ ରିୟାଙ୍କ ଖାରସ୍ଥିତ ଫ୍ଲାଟକୁ ମଧ୍ୟ ସନ୍ଦେହ ନଜରରେ ଦେଖୁଛି। ଏହି ଫ୍ଲାଟ କିଣିବା ପାଇଁ ଲାଗିଥିବା ଟଙ୍କା ରିୟା ସୁଶାନ୍ତଙ୍କଠାରୁ ନେଇଥିବା ସନ୍ଦେହ କରି ଇଡି ରିୟା ଏବଂ ତାଙ୍କ ଭାଇଙ୍କୁ ପଚରାଉଚରା ପାଇଁ ଡାକିଛନ୍ତି।
Follow Us