ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ରିଆଙ୍କ ମୋବାଇଲ୍‌, ଆଇପ୍ୟାଡ୍‌, ଲାପ୍‌ଟପ୍‌ ଜବତ କଲା ଇଡି

Advertisment

‘ଏୟୁ’ ନମ୍ବରକୁ ନେଇ ଦ୍ବନ୍ଦ୍ବ ବଢ଼ିଲା, ଇଡି ଅଫିସ୍‌ରେ ସୁଶାନ୍ତଙ୍କ ଭଉଣୀ

‘ଏୟୁ’ ନମ୍ବରକୁ ନେଇ ଦ୍ବନ୍ଦ୍ବ ବଢ଼ିଲା, ଇଡି ଅଫିସ୍‌ରେ ସୁଶାନ୍ତଙ୍କ ଭଉଣୀ

ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ରିଆଙ୍କ ମୋବାଇଲ୍‌, ଆଇପ୍ୟାଡ୍‌, ଲାପ୍‌ଟପ୍‌ ଜବତ କଲା ଇଡି

India TV News

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ରିଆ ଚକ୍ରବର୍ତ୍ତୀଙ୍କ ୨ଟି ମୋବାଇଲ୍‌ ଫୋନ୍‌, ୨ ଟି ଆଇପ୍ୟାଡ୍‌ ଏବଂ ଗୋଟିଏ ଲାପ୍‌ଟପ୍‌ ଜବତ କରିଛି। ରିଆଙ୍କ ଭାଇ ଶୋବିକଙ୍କ ଫୋନ୍‌ ମଧ୍ୟ ଇଡି ଜବତ କରିଛି। ଗତକାଲି ରିଆ ଏବଂ ତାଙ୍କ ଭାଇ ଶୋବିକଙ୍କୁ ଇଡି ଦୀର୍ଘ ସମୟ ଧରି ଜେରା କରିଥିଲା। ଉଭୟ ରିଆ ଏବଂ ଶୋବିକ ସେମାନଙ୍କ ଲ୍ୟାପ୍‌ଟପ୍‌ ଏବଂ ଫୋନ୍‌ ଇଡିଙ୍କୁ ହସ୍ତାନ୍ତର କରିଥିଲେ। ରିଆଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କ ଫୋନ୍‌ ମଧ୍ୟ ଇଡି ଜବତ କରିଥିବା ଜଣାପଡ଼ିଛି। ସୂଚନାନୁଯାୟୀ ଇଡିକୁ ମୋଟ୍‌ ୪ଟି ମୋବାଇଲ୍‌ ହ୍ୟାଣ୍ଡ୍‌ସେଟ ଦିଆଯାଇଛି। ଇନ୍ଦ୍ରଜିତଙ୍କ ଗୋଟିଏ ଲ୍ୟାପ୍‌ଟପ୍‌ ଏବଂ ୨ଟି ଆଇପ୍ୟାଡ୍‌ ମଧ୍ୟ ଇଡି ନିକଟରେ ଦାଖଲ ହୋଇଛି। ସମସ୍ତ ଗେଜେଟ୍‌ ଗୁଡ଼ିକୁ ଫରେନ୍ସିକ୍‌ ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡ଼ିଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ରିଆ ଜୁନ୍‌ ୮ ପରେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସହ କଥା ହୋଇଥିଲେ।

ତଥ୍ୟରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ସେ ଜଣେ ପ୍ରସିଦ୍ଧ ବଲିଉଡ୍‌ ନିର୍ଦ୍ଦେଶକଙ୍କଠାରୁ ସାହାଯ୍ୟ ଚାହିଥିଲେ। ତାଙ୍କ ବିଷୟରେ ଏକ ସକରାତ୍ମକ ଷ୍ଟୋରି କରିବାପାଇଁ ସେ ଜଣେ ସାମ୍ବାଦିକଙ୍କ ନମ୍ବର ଚାହିଥିଲେ ବୋଲି ଜଣାପଡ଼ିଛି। ରିଆ ଏବଂ ତାଙ୍କ ଭାଇ ସୋବିକଙ୍କୁ ଛାଡ଼ିଦେଲେ ରାଜପୁତଙ୍କ ପୂର୍ବ ମ୍ୟ‌ାନେଜର ଶ୍ରୁତି ମୋଦୀଙ୍କୁ ମଧ୍ୟ ଇଡି ଜେରା କରୁଛି। ଏକ ବିଶେଷ ସୂଚନାରୁ ଏହା ଜଣାପଡ଼ିଛି ଯେ, ସିବିଆଇ ରିଆ ଚକ୍ରବର୍ତ୍ତୀଙ୍କ କଲ୍‌ ଲଗ୍‌ ଯାଞ୍ଚ କରି 'AU' ନାମରେ ସେଭ୍‌ ହୋଇଥିବା ଏକ ନମ୍ବର ପାଇଛି। ଏହି ନମ୍ବର ଏବେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏକ ନୂଆ ରହସ୍ୟ। ରିପୋର୍ଟ‌୍ ଅନୁଯାୟୀ ଏହି ରହସ୍ୟମୟ ନମ୍ବରାୀ ରିଆ ଅନେକ ଥର ବାର୍ତ୍ତାଳାପ କରିଛନ୍ତି। ଏବେ ଏହି ମାମଲାରେ ଜୋରଦାର ତଦନ୍ତ ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷେ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ମିତୁ ସିଂହ ଆଜି ଇଡି ଅଫିସ୍‌ରେ ହାଜର ହୋଇଛନ୍ତି। ସୁଶାନ୍ତଙ୍କ ପରିବାରର ପ୍ରଥମ ସଦସ୍ୟ ଭାବେ ସେ ଇଡିରେ ହାଜର ହୋଇଛନ୍ତି। ପୂର୍ବରୁ ମୁମ୍ବାଇ ପୁଲିସ୍‌ ଦ୍ବାରା ତାଙ୍କୁ ୫ ଥର ସମନ୍‌ କରାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe