ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ସିବିଆଇ ନିକଟରେ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଜମା କଲେ ଏମ୍ସର ଡାକ୍ତରୀ ଟିମ୍‌

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ସିବିଆଇ ନିକଟରେ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଜମା କଲେ ଏମ୍ସର ଡାକ୍ତରୀ ଟିମ୍‌

www.indiatoday.in

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୟା ମଧ୍ୟରେ ପାଖାପାଖି ୪ ମାସ ହୋଇଗଲାଣି। ତେବେ ତାଙ୍କ ମୃତ୍ୟୁ ବାସ୍ତବରେ ଏକ ଆତ୍ମହତ୍ୟା କି ହତ୍ୟା ତାହା ଉପରୁ ଏଯାଏ ବି ପରଦା ଉଠି ପାରିନାହିଁ।  ଏମ୍‌ସର ଏକ ଡାକ୍ତରୀ ପ୍ୟାନେଲ୍‌ ସୁଶାନ୍ତଙ୍କ ବ୍ୟବଚ୍ଛେଦ ଓ ଭିସେରା ନମୁନାକୁ ନେଇ ଏହା ହତ୍ୟା କି ଆତ୍ମହତ୍ୟା ବୋଲି ଜାଣିବାକୁ ଯାଞ୍ଚ୍‌ ଜାରି ରଖିଥିଲେ। ଜାଣିବାକୁ ମିଳିଛି ଯେ ଏମ୍ସର ଡାକ୍ତରୀ ଟିମ୍‌ ତଦନ୍ତ ରିପୋର୍ଟ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇକୁ ହସ୍ତାନ୍ତର କରାଇଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ଉପଲବ୍ଧ ଥିବା ସୁଶାନ୍ତଙ୍କ ୨୦ ପ୍ରତିଶତ ଭିସେରା ନମୁନାକୁ ନେଇ ଏମ୍ସ ତଦନ୍ତ ପୁଣି ଥରେ ଯାଞ୍ଚ୍‌ ଆରମ୍ଭ କରିଥିଲା।

publive-image www.indiatoday.in

ଯାଞ୍ଚ୍‌ କରି ସୋମବାର ସଂଧ୍ୟାରେ ଏମ୍ସର ଡାକ୍ତରୀ ଦଳ ଏହି ରିପୋର୍ଟକୁ ସିବିଆଇ ନିକଟରେ ଜମା କରିଥିବା ସୂଚନା ରହିଛି। ସୁଶାନ୍ତଙ୍କର ହତ୍ୟା କରାଯାଇଛି ନା ଏହା ଏକ ଆତ୍ମହତ୍ୟା ବୋଲି ଜାଣିବା ପାଇଁ ସିବିଆଇ କରୁଥିବା ଭିନ୍ନ ତଦନ୍ତ ସହ ଏହି ରିପୋର୍ଟକୁ ମଧ୍ୟ ବିଶ୍ଳେଷଣ କରାଯାଉଛି। ଏହି ସବୁ ରିପୋର୍ଟକୁ ବିଶ୍ଳେଷଣ କରିବା ପରେ ସିବିଆଉ ଚୂଡ଼ାନ୍ତ ତଥ୍ୟ ପ୍ରଦାନ କରିବ।

ଉଲ୍ଲେଖଯେ‌ାଗ୍ୟ, ପୂର୍ବରୁ ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂ ଦାବି କରିଥିଲେ ଯେ ସୁଶାନ୍ତଙ୍କୁ ଗଳା ଚିପି ହତ୍ୟା କରାଯାଇଛି ଓ ଏହା ୨୦୦ ପ୍ରତଶତ ସତ। ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ଏମ୍‌ସ ଡାକ୍ତର ସ୍ପଷ୍ଟ କରିଛନ୍ତି ବୋଲି କହି ଓକିଲ ସିଂହ ଏହି ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe