ଏତଲା ଦାଖଲ ହେବା ପରେ ଘରୁ ଫେରାର ହେ‌ଲେ ଅଭିନେତ୍ରୀ ରିୟା!

Advertisment
ଏତଲା ଦାଖଲ ହେବା ପରେ ଘରୁ ଫେରାର ହେ‌ଲେ ଅଭିନେତ୍ରୀ ରିୟା!

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ପାଟନାରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ଏଫ୍ଆଇଆରରେ ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ଏବଂ ଠକେଇ ଭଳି ଅନେକ ଗୁରୁତର ଅଭିଯୋଗ କରାଯାଇଛି। ତେବେ ଅଭିଯୋଗ କରାଯିବା ପରେ ରିୟା ତାଙ୍କ ମୁମ୍ବାଇ ସ୍ଥିତ ଘରୁ ଫେରାର ହୋଇଯାଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପୁଲିସ ତାଙ୍କ ସହ ଫୋନରେ ମଧ୍ୟ ଯୋଗାଯୋଗ କରିପାରି ନଥିବା ଖବର ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ଖବରକୁ ମିଛ ବୋଲି କହିଛନ୍ତି ପାଟନା ଏସପି ବିନୟ ତିୱାରୀ।

ତାଙ୍କ କହିବା ମୁତାବକ, ଏ ପର୍ଯ୍ୟନ୍ତ ପାଟନା ପୁଲିସ ତାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରି ନାହିଁ। ରିୟା ଫେରାର ହୋଇ ନାହାନ୍ତି। ସୋସିଆଲ ମିଡ଼ିଆରେ ମିଥ୍ୟା ଖବର ପ୍ରଚାର ହେଉଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରିୟାଙ୍କୁ କିଛି ପ୍ରଶ୍ନର ଜବାବ ଦେବାକୁ ହେବ। ସମୟ ଆସିଲେ ପାଟନା ପୁଲିସ ତାଙ୍କ ପାଖରେ ପହଞ୍ଚି ପଚରାଉଚରା କରିବ।

Photo: Rhea Chakraborty Instagram timesofindia

ଚର୍ଚ୍ଚା ହେଉଥିଲା ଯେ, ରିୟା ଆଗୁଆ ଜାମିନ ଆବେଦନ କରିବାକୁ ଚାହୁଁଥିବାରୁ ପୁଲିସକୁ ଦେଖା କରିବାକୁ ଚାହୁଁ ନାହାନ୍ତି। ପୁଲିସ ବର୍ତ୍ତମାନ ତାଙ୍କୁ ଖୋଜୁଛି। ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରି ମଧ୍ୟ ପୁଲିସ ବିଫଳ ହୋଇଛି। ରିୟା ଧରାପଡ଼ିଯିବା ଡ଼ରରେ ଫେରାର ଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏବେ ଏହି ଖବରକୁ ମିଛ ବୋଲି କହିଛି ପାଟନା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe