ଗିରଫ ପରେ ସେପ୍ଟେମ୍ବର ୯ପର୍ଯ୍ୟନ୍ତ ରିମାଣ୍ଡରେ ଗଲେ ସୁଶାନ୍ତ ସିଂ ରାଜପୁତଙ୍କ ଘରୋଇ ସହାୟକ ଦୀପେଶ ସାଓ୍ଵନ୍ତ

ଗିରଫ ପରେ ସେପ୍ଟେମ୍ବର ୯ପର୍ଯ୍ୟନ୍ତ ରିମାଣ୍ଡରେ ଗଲେ ସୁଶାନ୍ତ ସିଂ ରାଜପୁତଙ୍କ ଘରୋଇ ସହାୟକ ଦୀପେଶ ସାଓ୍ଵନ୍ତ

Pinkvilla

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଶୁକ୍ରବାର ରିୟାଙ୍କ ଭାଇ ସୌଭିକ ଏବଂ ପୂର୍ବତନ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଥିଲା ଏନସିବି। ଦୁହିଁଙ୍କ ଗିରଫ ପରେ ଗତକାଲି ସୁଶାନ୍ତ ସିଂଙ୍କ ପୂର୍ବତନ ଘରୋଇ ସହାୟକ ଦୀପେଶ ସାଓ୍ଵନ୍ତଙ୍କୁ ଏନସିବି ଗିରଫ କରିଥିଲା। ସାଓ୍ଵନ୍ତ ସୁଶାନ୍ତ ରହୁଥିବା ଡ୍ୟୁପ୍ଲେକ୍ସର ତଳ ମହଲାରେ ରହୁଥିଲା । ଜୁନ ୧୩-୧୪ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ଘରୁ ମିଳିବା ସମୟରେ ଘରେ ସିଦ୍ଧାର୍ଥ ପିଠାନି, କେଶବ ବାଚନର,ନିରଜଙ୍କ ସମେତ ସାଓ୍ଵନ୍ତ ମଧ୍ୟ ଉପସ୍ଥିତ ଥିଲା । ତେବେ ଗିରଫ ପରେ ଆଜି ଦୀପେଶଙ୍କୁ ସେପ୍ଟେମ୍ବର ୯ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ଏନସିବି। ଅଧିକ ତଥ୍ୟ ସଂଗ୍ରହ ପାଇଁ ଏନସିବି ଅଦାଲତକୁ ସମୟ ମାଗିଥିଲେ। ପରେ ଏନସିବିର ଆବେଦନ ଉପ‌ରେ ଶୁଣାଣି କରି ଆଜି ସାୱନ୍ତଙ୍କୁ ସେପ୍ଟେମ୍ବର ୯ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇ ଦିଆଯାଇଛି।

Sushant Death Case: NCB to record cook Dipesh Sawant's statement who will  serve as witness | Entertainment News – India TV India TV News

ସୂଚନା ମୁତାବକ, ଶୁକ୍ରବାରଦିନ ଏନସିବି ପକ୍ଷରୁ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଓ ସୁଶାନ୍ତଙ୍କ ପୂର୍ବତନ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରାଯାଇଥିଲା । ଶୁକ୍ରବାର ରାତିରେ ଏନସିବି ପକ୍ଷରୁ ସୌଭିକ, ମିରାଣ୍ଡା ଓ ସାଓ୍ଵନ୍ତକୁ ମୁହାଁମୁହିଁ ବସାଇ ଜେରା କରିଥିଲା । ଏହି ଜେରା ପରେ ସାଓ୍ଵନ୍ତ ବିରୁଦ୍ଧରେ ପ୍ରମାଣ ମିଳିବାରୁ ଗତକାଲି ଏନସିବି ସାୱନ୍ତକୁ ଗିରଫ କରିଥିଲା ।  ଏନସିବିର ଉପ-ନିର୍ଦ୍ଦେଶକ କେପିଏସ ମାଲହୋତ୍ରା କହିଛନ୍ତି ଯେ, ସାଓ୍ଵନ୍ତ ମଧ୍ୟ ନିଶାଦ୍ରବ୍ୟ କାରବାରରେ ସଂପୃକ୍ତ ଥିଲା । ସାଓ୍ଵନ୍ତର ସ୍ୱୀକାରୋକ୍ତି ଓ ଆଉ କେତେକ ଡିଜିଟାଲ ପ୍ରମାଣ ମିଳିଛି । ଏହା ପୂର୍ବରୁ ସାମୁଏଲ ମିରାଣ୍ଡା ସ୍ୱୀକାର କରିଥିଲା ଯେ, ସେ ସୁଶାନ୍ତଙ୍କ ପାଇଁ ସେପ୍ଟେମ୍ବର ୨୦୧୯ରୁ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଗଞ୍ଜେଇ ସଂଗ୍ରହ କରୁଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe