ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ବାଧ୍ୟତାମୂଳକ କ୍ବାରେଣ୍ଟାଇନରେ ପାଟନା ସିଟି ଏସପି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଇଡିର ପଚରାଉଚରା

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ସିସିଟିଭି ଫୁଟେଜରେ ସେ ରହସ୍ୟମୟୀ ମହିଳା କିଏ?

Dailyhunt

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତକୁ ଗତିଶୀଳ କରିବା ପାଇଁ ମୁମ୍ବାଇ ଯାଇଥିବା ପାଟନା ସିଟି ପୁଲିସ ଏସପି ବିନୟ ତିୱାରୀଙ୍କ ହାତରେ ଗତକାଲି ବିଏମସି କ୍ବାରାଣ୍ଟିନ୍ ଷ୍ଟାମ୍ପ ମାରିଛି। ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଅର୍ଥାତ ଅଗଷ୍ଟ ୧୫ ତାରିଖ‌ ପର୍ଯ୍ୟନ୍ତ ସଙ୍ଗରୋଧରେ ରଖାଯିବ ବୋଲି ଏଥିରେ ‌ଉଲ୍ଲେଖ ରହିଛି। ବିହାର ପୁଲିସର ତଦନ୍ତର ଅନୁଧ୍ୟାନ ପାଇଁ ସେ ମୁମ୍ବାଇରେ ପହଞ୍ଚିବା ପରେ ବିଏମସି ଏଭଳି ପଦକ୍ଷେପ ନେଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିହାରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିହାର ପୁଲିସ ଡିଜି ଗୁପ୍ତେଶ୍ବର ପାଣ୍ଡେ ଅଭିଯୋଗ କରିଛନ୍ତି, ତିୱାରୀଙ୍କୁ ବିଏମ୍‌ସି ଜୋରଜବରଦସ୍ତ କ୍ବାରାଣ୍ଟିନରେ ରଖିଛି। ରାତି ୧୧ଟାରେ ତାଙ୍କୁ କ୍ବାରାଣ୍ଟିନରେ ନିଆଯାଇଛି। ଏପରିକି ଅନୁରୋଧ ସତ୍ତ୍ବେ ତାଙ୍କୁ ଆଇପିଏସ ମେସ୍‌ରେ ରହିବାକୁ ଦିଆଯାଇନାହିଁ। ଗୋରେଗାଓଁଠାରେ ଏକ ଅତିଥି ଭବନରେ ରଖାଯାଇଛି ବୋଲି ପାଣ୍ଡେ ଟ୍ବିଟ୍ କରିଛନ୍ତି।

ମୁମ୍ବାଇ ବିମାନ ବନ୍ଦରରେ ଶ୍ରୀ ତିୱାରୀ ପହଞ୍ଚିବା ପରେ ସାମ୍ବାଦିକମାନଙ୍କ ସମ୍ମୁଖରେ ମନ୍ତବ୍ୟ ରଖିଥିଲେ। ସେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ବିହାର ପୁଲିସ କରୁଥିବା ତଦନ୍ତର ଅନୁଧ୍ୟାନ କରିବା ପାଇଁ ଆସିଥିବା କହିଥିଲେ। ସମସ୍ତ ଦିଗରୁ ସେ ମାମଲାର ତଦନ୍ତ କରିବେ ବୋଲି କହିଥିଲେ। ମୁମ୍ବାଇ ପୁଲିସ ତା ଶୈଳୀରେ ଏହି ମାମଲାର ତଦନ୍ତ କରୁଛି। ଆମେ ‌ଆମ ଶୈଳୀରେ ଏହାର ତଦନ୍ତ କରିବୁ। ଆମ ଅଧିକାରୀମାନେ ପୂର୍ବରୁ ମାମଲାର ସମସ୍ତ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ସଂଗ୍ରହ କରିବାକୁ ଆସିଛନ୍ତି ବୋଲି ସେ କହିଥିଲେ। ସୁଶାନ୍ତଙ୍କ ବାପା କୃଷ୍ଣ କୁମାର ସିଂହ ଗତ ସପ୍ତାହରେ ରିଆ ଚକ୍ରବର୍ତ୍ତୀଙ୍କ ସହ ଅନ୍ୟ ୬ ଜଣଙ୍କ ନାମରେ ବିହାର ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଇଡିର ପଚରାଉଚରା
ମୁମ୍ବାଇ: ମୃତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ (ଇଡି) ପଚରାଉଚରା କରିଛି। ଏହି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଜଣକ ସୁଶାନ୍ତଙ୍କ ଆର୍ଥିକ ବ୍ୟାପାର ବର୍ଷେ ପର୍ଯ୍ୟନ୍ତ ବୁଝୁଥିବା କୁହାଯାଉଛି। ତଦନ୍ତକୁ ଆଗକୁ ନେବା ପାଇଁ ଇଡି ଏହି ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ପଚରାଉଚରା କରିଛି।

ଆଦିତ୍ୟ ଠାକ୍‌ରେ ନିରବ କାହିଁକି?
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପୁତ୍ର ତଥା କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଏହି ମାମଲାରେ ଆଦିତ୍ୟଙ୍କର ଅସ୍ବାଭାବିକ ନିରବତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ମହାରାଷ୍ଟ୍ର ପୁଲିସ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କୁ ପଚରା ଉଚରା କରୁ ବୋଲି ବିରୋଧୀମାନେ ଦାବି କରୁଛନ୍ତି। ଆଦିତ୍ୟଙ୍କୁ ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ସାମିଲ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe