ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ସୁପ୍ରିମ୍‌ କୋର୍ଟରେ ସୁଶାନ୍ତଙ୍କ ବାପାଙ୍କ ସତ୍ୟପାଠ

Advertisment
ଅଣ୍ଡର ସେକ୍ରେଟେରୀ ପଦକୁ ପଦନ୍ନୋତି ମାମଲା : ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଏସ୍ଏଲ୍‌ପି ଖାରଜ

The Hindu

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେ.କେ. ସିଂହ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ପାଟନାରେ ଏକ ଏଫ୍‌ଆଇଆର ରୁଜୁ କରିଥିଲେ। ମାତ୍ର ଏହି ମାମଲାକୁ ପାଟନାରୁ ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ରିୟା ଚକ୍ରବର୍ତ୍ତୀ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ରିୟାଙ୍କ ଆବେଦନର ଶୁଣାଣି ଆସନ୍ତା ଅଗଷ୍ଟ ୧୧ରେ ହେବାକୁ ଥିବାବେଳେ ଏହା ପୂର୍ବରୁ ସୁଶାନ୍ତଙ୍କ ପିତା ଆଜି ସୁପ୍ରିମ କୋର୍ଟରେ ଏକ ପାଲଟା ସତ୍ୟପାଠ ଦାଖଲ କରିଛନ୍ତି। ସୁଶାନ୍ତଙ୍କ ପିତା ଦର୍ଶାଇଛନ୍ତି, ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇ ସାରିଥିବା ବେଳେ ରିୟାଙ୍କର ଆବେଦନର କୌଣସି ଗୁରୁତ୍ବ ନାହିଁ। ରିୟା ସୁଶାନ୍ତ ମୃତ୍ୟୁ ଘଟଣାର ମୁଖ୍ୟ ସାକ୍ଷୀ ସିଦ୍ଧାର୍ଥ ପିଠାନିଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି ସୁଶାନ୍ତଙ୍କ ବାପା ସତ୍ୟପାଠରେ ଦର୍ଶାଇଛନ୍ତି। ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଭିତ୍ତିହୀନ ବୋଲି ବିହାର ସରକାର ମଧ୍ୟ ସତ୍ୟପାଠରେ ଦର୍ଶାଇଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ନିଜକୁ ଏକ ପକ୍ଷ ଭାବେ ନେବାକୁ ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe