ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ସୁପ୍ରିମକୋର୍ଟରେ ରିୟା ଚକ୍ରବର୍ତ୍ତୀଙ୍କୁ ଆଶ୍ବସ୍ତି

Advertisment

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସୁପ୍ରିମ୍‌କୋର୍ଟରେ ଆଶ୍ବସ୍ତି ମିଳିଛି।  ରିୟା, ତାଙ୍କ ଭାଇ ଶୋବିକ ଏବଂ   ବାପା ଲେଫ୍‌ଟନାଣ୍ଟ୍‌ କର୍ନେଲ ଇନ୍ଦ୍ରଜିତ ଚକ୍ରବର୍ତ୍ତୀ (ଅବସରପ୍ରାପ୍ତ)ଙ୍କ ବିରୋଧରେ ଜାରି ‌ହୋଇଥିବା ଲୁକ୍‌ଆଉଟ୍‌ ନୋଟିସ୍‌କୁ....

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସୁପ୍ରିମ୍‌କୋର୍ଟରେ ଆଶ୍ବସ୍ତି ମିଳିଛି।  ରିୟା, ତାଙ୍କ ଭାଇ ଶୋବିକ ଏବଂ   ବାପା ଲେଫ୍‌ଟନାଣ୍ଟ୍‌ କର୍ନେଲ ଇନ୍ଦ୍ରଜିତ ଚକ୍ରବର୍ତ୍ତୀ (ଅବସରପ୍ରାପ୍ତ)ଙ୍କ ବିରୋଧରେ ଜାରି ‌ହୋଇଥିବା ଲୁକ୍‌ଆଉଟ୍‌ ନୋଟିସ୍‌କୁ....

ghhkhkhkhfk

ନୂଆଦିଲ୍ଲୀ:  ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସୁପ୍ରିମ୍‌କୋର୍ଟରେ ଆଶ୍ବସ୍ତି ମିଳିଛି।  ରିୟା, ତାଙ୍କ ଭାଇ ଶୋବିକ ଏବଂ   ବାପା ଲେଫ୍‌ଟନାଣ୍ଟ୍‌ କର୍ନେଲ ଇନ୍ଦ୍ରଜିତ ଚକ୍ରବର୍ତ୍ତୀ (ଅବସରପ୍ରାପ୍ତ)ଙ୍କ ବିରୋଧରେ ଜାରି ‌ହୋଇଥିବା ଲୁକ୍‌ଆଉଟ୍‌ ନୋଟିସ୍‌କୁ ବମ୍ବେ ହାଇକୋର୍ଟ ରଦ୍ଦ କରିଦେଇଥିଲେ। ତେବେ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସିବିଆଇ, ମହାରାଷ୍ଟ୍ର ସରକାର ଏବଂ ବ୍ୟୁରୋ ଅଫ୍‌ ଇମିଗ୍ରେସନ୍‌ ସୁପ୍ରିମ୍‌କୋର୍ଟ ଯାଇଥିଲେ।

କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ବି‌ରୋଧରେ ଏହି  ଆବେଦନକୁ ଖାରଜ କରିଦେଇଛନ୍ତି।  ଜଷ୍ଟିସ୍‌ ବି.ଆର ଗୱାଇ ଏବଂ କେଭି ବିଶ୍ବନାଥନଙ୍କ ଖଣ୍ଡପୀଠ ଏହି ଆବେଦନ ସେମିତି ଗୁରୁତ୍ବପୂର୍ଣ୍ଣ ନୁହେଁ ବୋଲି କହି ଏହାକୁ ଖାରଜ କରିଦେଇଛନ୍ତି।  ଖଣ୍ଡପୀଠ କହିଛନ୍ତି, ଆପଣ ଏମିତି ଗୁରୁତ୍ବହୀନ ଆବେଦନ କରୁଛନ୍ତି। କେବଳ ଜଣେ ଅଭିଯୁକ୍ତ ଅତ୍ୟନ୍ତ ହାଇ ପ୍ରୋଫାଇଲ୍‌ ବ୍ୟକ୍ତି ବୋଲି ଆପଣ ଏଭଳି ଆବେଦନ କରିଛନ୍ତି।  ଥିପାଇଁ ଆମେ ଚେତାବନୀ ଦେଉଛୁ।  ଏଭଳି ଚେଷ୍ଟା   ଅତ୍ୟନ୍ତ ଭାରି ପଡ଼ିବ। ଉଲ୍ଲେଖଯୋଗ୍ୟ,  ରିୟା ଏବଂ ତାଙ୍କ ପରିବାରର ୨ ସଦସ୍ୟଙ୍କ ବିରୋଧରେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଜାରି କରିଥିବା ଲୁକ୍‌ ଆଉଟ୍‌ ନୋଟିସ୍‌କୁ ବମ୍ବେ ହାଇକୋର୍ଟ ରଦ୍ଦ କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe