ଗତକାଲି ୧୦ଘଣ୍ଟା କାଳ ଜେରା କରିବା ପରେ ଆଜି ପୁଣି ରିୟାଙ୍କୁ ଜେରା କରିବ ସିବିଆଇ, ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଲେ ରିୟା

Advertisment
ଗତକାଲି ୧୦ଘଣ୍ଟା କାଳ ଜେରା କରିବା ପରେ ଆଜି ପୁଣି ରିୟାଙ୍କୁ ଜେରା କରିବ ସିବିଆଇ, ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଲେ ରିୟା

The Economic Times

ମୁମ୍ବାଇ: ଶୁକ୍ରବାର ପ୍ରାୟ ୧୦ଘଣ୍ଟା ଧରି ସିବିଆଇ ପ୍ରଶ୍ନର ସମ୍ମୁଖୀନ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ପୁଣିଥରେ ସିବିଆଇ ଜେରା କରିବ। ଏ ନେଇ ରିୟା ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚି ସାରିଥିବା ଜଣା ପଡ଼ିଛି। ରିୟାଙ୍କ ସହ ଏଠାରେ ସାମୁଏଲ ମିରାଣ୍ଡା, ନୀରଜ ଏବଂ ଅନ୍ୟମାନେ ଉପସ୍ଥିତ ଅଛନ୍ତି | ଏହି ସମସ୍ତଙ୍କ ଉପସ୍ଥିତିରେ ସିବିଆଇ ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିବ।

publive-image indiatoday

ସୂଚନା ମୁତାବକ, ଜୁଲାଇ ୨୫ରେ ସୁଶାନ୍ତଙ୍କ ପିତା କେ.କେ ସିଂ ପାଟନା ପୁଲିସ ଷ୍ଟେସନରେ ରିୟାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବା ପରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ମୁଖ୍ୟ ସନ୍ଦିଗ୍ଧ ହୋଇ ରହିଛନ୍ତି। ରିୟାଙ୍କ ବ୍ୟତୀତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରୁଛି। ଗୁରୁବାର ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ୧୪ ଘଣ୍ଟା କାଳ ପଚରା ଉଚରା କରିଥିଲା ସିବିଆଇ। ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି, ତାଙ୍କ ରୋଷେଇଆ ନୀରଜ ସିଂ ଏବଂ ତାଙ୍କ ଗୃହ ସହାୟକ ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ସେମାନଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ନିଜକୁ ତିନି ଦଳରେ ବିଭକ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe