ସୁଶାନ୍ତ ଘରର ଇଏମଆଇ ଭରୁଥିବା ନେଇ ଆରୋପ ଲାଗିବା ପରେ ଜବାବ ରଖିଲେ ଅଙ୍କିତା

ସୁଶାନ୍ତ ଘରର ଇଏମଆଇ ଭରୁଥିବା ନେଇ ଆରୋପ ଲାଗିବା ପରେ ଜବାବ ରଖିଲେ ଅଙ୍କିତା

Times of India

ମୁମ୍ବାଇ: ପ୍ରତିଦିନ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ନୂଆ ମୋଡ ନେବାରେ ଲାଗିଛି। ପୂର୍ବରୁ ତାଙ୍କ ମୃତ୍ୟୁ ପାଇଁ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଦାୟୀ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ସୁଶାନ୍ତ ତାଙ୍କ ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ଘରର ଇଏମଆଇ ଭରୁଥିବା ଖବର ସାମ୍ନାକୁ ଆସିଛି । ଏହି ଖବରକୁ ନେଇ ଚର୍ଚ୍ଚା ହେବା ପରେ ଅଙ୍କିତାଙ୍କୁ ଟ୍ରୋଲ କରାଯାଇଥିଲା। ବର୍ତ୍ତମାନ ଅଙ୍କିତା ଲୋଖଣ୍ଡେ ଏହି ଖବର ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଅଭିନେତ୍ରୀ ତାଙ୍କ ଘର ପଞ୍ଜିକରଣର ଏକ କପି ଏବଂ ଆକାଉଣ୍ଟ୍ ବିବରଣୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ପଞ୍ଜିକରଣର ଏକ କପି ଏବଂ ଆକାଉଣ୍ଟ୍ ବିବରଣୀ ଇନଷ୍ଟାଗ୍ରାମରେ ସେୟାର କରି ଅଙ୍କିତା ଲେଖିଛନ୍ତି- ଏଠାରେ ମୁଁ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଉଛି | ଏହା ମୋର ଘର ପଞ୍ଜୀକରଣ ଏବଂ ମୋର ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟ (୦୧/୦୧/୧୯ ରୁ ୦୧/୦୩/୨୦) | ମୁଁ ଇଏମଆଇ ଚାର୍ଜକୁ ମଧ୍ୟ ହାଇଲାଇଟ୍ କରିଛି ଯାହା ମୋ ଆକାଉଣ୍ଟରୁ ପ୍ରତି ମାସରେ କଟାଯାଇଥାଏ | ଏହା ବ୍ୟତୀତ ମୋର ଆଉ କିଛି କହିବାର ନାହିଁ | ତେବେ ତାଙ୍କର ଏହି ସ୍ପଷ୍ଟିକରରଣ ପରେ ଲୋକଙ୍କ ଦ୍ବନ୍ଦ୍ବ ଦୂର ହୋଇଛି।

Sushant Singh Rajput and Ankita Lokhande News: Sushant Singh ... Times of India

ସୂଚନା ମୁତାବକ, ସୁଶାନ୍ତ ମଲାଡସ୍ଥିତ ୪.୫ କୋଟି ଟଙ୍କାର ଫ୍ଲାଟର ଇଏମଆଇ ଭରୁଥିବା ବିଷୟରେ ଇଡିଙ୍କୁ ଅନୁସନ୍ଧାନ ସମୟରେ ଜଣା ପଡ଼ିଥିଲା।  ପରେ ଅଙ୍କିତାଙ୍କ ପାଇଁ ସୁଶାନ୍ତ ଇଏମଆଇ ଭରୁଥିବା କଥା ସାମ୍ନାକୁ ଆସିଥିଲା, ଯାହା ପାଇଁ ଏବେ ଅଙ୍କିତା ସ୍ପଷ୍ଟିକରଣ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe