ରିୟାଙ୍କ ଘରେ ପହଞ୍ଚିଲେ ଏନସିବି ଟିମ୍, ଡ୍ରଗ୍ସ କାରବାରକୁ ନେଇ ପ୍ରଶ୍ନର ଉତ୍ତର ରଖିବେ ରିୟା

ରିୟାଙ୍କ ଘରେ ପହଞ୍ଚିଲେ ଏନସିବି ଟିମ୍, ଡ୍ରଗ୍ସ କାରବାରକୁ ନେଇ ପ୍ରଶ୍ନର ଉତ୍ତର ରଖିବେ ରିୟା

Outlook India

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ନେଇ ଅଧିକ ଖୋଳତାଡ ଜାରି ରହିଛି । ସିବିଆଇ ଓ ଏନସିବି ଏହାର ତଦନ୍ତ କରୁଛନ୍ତି । ଆଜି ଏହି ମାମଲାରେ ପୁଣି ଥରେ  ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅଭିନେତ୍ରୀ ତଥା ସୁଶାନ୍ତଙ୍କ ମୃତ୍ୟୁ ମାମଲାର ମୁଖ୍ୟ ସନ୍ଦିଗ୍ଧ ରିୟାଙ୍କୁ ଜେରା କରିବ ବୋଲି ଜଣା ପଡ଼ିଛି। ରିୟାଙ୍କ ଭାଇ ସୌଭିକଙ୍କୁ ଶୁକ୍ରବାର ରାତିରେ ଏନସିବି ଗିରଫ କରିବା ପରେ ଅ‌ାଜି ରିୟାଙ୍କ ପ୍ରାଇମ୍ ରୋଜ୍ ସୋସାଇଟିରେ ଥିବା  ଘରେ ଏନସିବିର ଟିମ୍ ପହଞ୍ଚିଛନ୍ତି | ରିୟାଙ୍କୁ ପଚରାଉଚରା ପାଇଁ ସମନ ଦିଆସରିଥିବା ବେଳେ ଆଜି ଦିନ ୧୦ଟା ୩୦ମିନିଟରେ ରିୟା ପଚରାଉଚରା ପାଇଁ ଏନସିବି ଅଫିସରେ ପହଞ୍ଚି ପାରନ୍ତି ବୋଲି ସୂଚନା ମିଳିଛି।

Sushant death case: Unable to 'locate' Rhea Chakraborty, says Bihar DGP - Oneindia News Oneindia

ମିଳିଥିବା ସୂଚନା ମୁତାବକ, ରିୟାଙ୍କୁ ପଚରାଉଚରା ସମୟରେ ଏନସିବି ଭିଡିଓ ରେକର୍ଡିଂ କରିପାରେ। ଏନଡିପିଏସ୍ ଆକ୍ଟ ଅନୁଯାୟୀ, ଏନସିବି ପଚରାଉଚରା ସମୟରେ ଯେକୌଣସି ଅଭିଯୁକ୍ତଙ୍କର ଏକ ଭିଡିଓ ରେକର୍ଡିଂ କରିପାରିବ। ଶୁକ୍ରବାର ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଥିଲା। ତେବେ ଭାଇଙ୍କ ପ‌ରେ ଏବେ ଅଭିନେତ୍ରୀ ରିୟା ମଧ୍ୟ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଗତକାଲି ରିୟାଙ୍କ ହ୍ବାଟସଆପ ଚାଟରୁ ସେ ଡ୍ରଗ୍ସ ବ୍ୟବହାର କରିବା ସହ ଡ୍ରଗ୍ସ ବ୍ୟବସାୟ କରୁଥିବା ସାମ୍ନାକୁ ଆସିଥିଲା, ଯାହାକୁ ନେଇ ଆଜି ତାଙ୍କୁ ଏନସିବିର ପ୍ରଶ୍ନର ସାମ୍ନା କରିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe