ସୁଶାନ୍ତ ସିଂହ ରାଜପୁତ ତଦନ୍ତ: କରଣ ଜୋହର କହିଲେ, ମୁଁ ନିଶାଦ୍ରବ୍ୟ ଖାଏ ନାହିଁ, ‘ଏନ୍‌ସିବି’ ପଚରାଉଚୁରା କରିଥିବା ବ୍ୟକ୍ତିଦ୍ବୟ ମୋର ସହଯୋଗୀ ନୁହନ୍ତି

Advertisment
ସୁଶାନ୍ତ ସିଂହ ରାଜପୁତ ତଦନ୍ତ: କରଣ ଜୋହର କହିଲେ, ମୁଁ ନିଶାଦ୍ରବ୍ୟ ଖାଏ ନାହିଁ, ‘ଏନ୍‌ସିବି’ ପଚରାଉଚୁରା କରିଥିବା ବ୍ୟକ୍ତିଦ୍ବୟ ମୋର ସହଯୋଗୀ ନୁହନ୍ତି

Image Courtesy of Hindustan Times

ନୂଆଦିଲ୍ଲୀ: ଶନିବାର ଦିନ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏକ ବିବୃତିରେ କହିଛନ୍ତି ଯେ, ସେ କୌଣସି ନିଶାଦ୍ରବ୍ୟ ସେବନ କରନ୍ତି ନାହିଁ କି, ଏହାର ବ୍ୟବହାରକୁ ପ୍ରସାର ଓ ଉତ୍ସାହ ଦିଅନ୍ତି ନାହିଁ। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ନିଶାଦ୍ରବ୍ୟ ସମ୍ପୃକ୍ତି ଘଟଣାରେ ‘ଏନ୍‌ସିବି’ ଯେଉଁ ବ୍ୟକ୍ତିଦ୍ବୟଙ୍କୁ ପଚରାଉଚୁରା କରିଥିଲା ସେମାନେ ତାଙ୍କର ଘନିଷ୍ଠ ସହଯୋଗୀ ବୋଲି ପ୍ରସାରିତ ଖବରକୁ ମଧ୍ୟ ସେ ଅଗ୍ରାହ୍ୟ କରିଛନ୍ତି।

ଗତବର୍ଷ ଜୁଲାଇରେ ଜୋହରଙ୍କ ବାସଭବନରେ ‘ଡ୍ରଗ୍ ପାର୍ଟି’ ଆୟୋଜନ ହୋଇଥିଲା ବୋଲି ରାଜନେତା ମଞ୍ଜିନ୍ଦର୍‌ ସିଂହ ସିର୍ସା ପୁନର୍ବାର ଦାବି କରିବାରୁ ବଲିଉଡ୍‌ର ଡ୍ରଗ୍ ଲିଙ୍କ୍‌ରେ ଜୋହରଙ୍କ ନାଁ ଉଠିଛି। କିନ୍ତୁ, ସେ ଏହାକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହି ଅଗ୍ରାହ୍ୟ କରି ଦେଇଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ ସେ ଦେଇଥିବା ଏକ ବିବୃତିରେ ଲେଖିଛନ୍ତି, ସାମ୍ପ୍ରତିକ ବିଦ୍ବେଷ ପରାୟଣ ଅଭିଯାନ ଦୃଷ୍ଟିରୁ ମୁଁ ପୁଣି ଥରେ କହୁଛି ଯେ, ଏହି ଅଭିଯୋଗ ସବୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା। ପାର୍ଟିରେ ନିଶାଦ୍ରବ୍ୟ ସେବନ ହୋଇ ନ ଥିଲା। ସଂଶୟ ନ ରଖିବାକୁ ମୁଁ ପୁଣି ଥରେ କହୁଛି ‌ଯେ, ମୁଁ ନିଶାଦ୍ରବ୍ୟ ସେବନ କରେନାହିଁ କି, ଏହାର ବ୍ୟବହାରକୁ ପ୍ରସାର ଓ ଉତ୍ସାହ ଦିଏନାହିଁ।

publive-image Image Courtesy of India TV News

ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, କେତେକ ଗଣମାଧ୍ୟମ/ନିଉଜ୍ ଚାନେଲ୍‌ ଖବର ପ୍ରସାରଣ କରୁଛନ୍ତି ଯେ, କ୍ଷିତିଜ ପ୍ରସାଦ ଓ ଅନୁଭବ ଚୋପ୍ରା ମୋର ସହଯୋଗୀ/ଘନିଷ୍ଠ ସହଯୋଗୀ। ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ‌ଯେ, ମୁଁ ଏହି ବ୍ୟକ୍ତିବିଶେଷମାନଙ୍କୁ ଚିହ୍ନି ନାହିଁ କି, ଦୁଇ ଜଣଙ୍କ ମଧ୍ୟରୁ କେହି ମୋର ସହଯୋଗୀ/ଘନିଷ୍ଠ ସହଯୋଗୀ ନୁହନ୍ତି। ଲୋକେ ସେମାନଙ୍କ ବ୍ୟକ୍ତିଗତ ଜୀବନରେ କ’ଣ କରୁଛନ୍ତି ସେଥିଲାଗି ମୋତେ କିଂବା ଧର୍ମ ପ୍ରଡକ୍ସନ୍‌କୁ ଦାୟୀ କରାଯାଇ ପାରିବ ନାହିଁ। ଏହି ଅଭିଯୋଗ ସବୁର ଧର୍ମ ପ୍ରଡକ୍ସନ୍ ସହ ସମ୍ପୃକ୍ତି ନାହିଁ।

ରାଜପୁତଙ୍କ ମୃତ୍ୟୁ ଘଟଣାରେ ‘ଏନ୍‌ସିବି’ ଚଳଚ୍ଚିତ୍ର କାର୍ଯ୍ୟନିର୍ବାହୀ ପ୍ରଯୋଜକ କ୍ଷିତିଜ ପ୍ରସାଦ ଏବଂ ସହକାରୀ ନିର୍ଦେଶକ ଅନୁଭବ ଚୋପ୍ରାଙ୍କୁ ପଚରା ଉଚୁରା କରିଥିବା ପ୍ରସଙ୍ଗରେ ଜୋହର ଏ ଭଳି ସ୍ପଷ୍ଟିକରଣ ଦେଇଛନ୍ତି। ସେ ଲଖିଛନ୍ତି, ଚୋପ୍ରା ଧର୍ମ ପ୍ରଡକ୍ସନ୍‌ର କର୍ମଚାରୀ ନ ଥିଲେ। ନଭେମ୍ବର ୨୦୧୧ ରୁ ଜାନୁଆରି ୨୦୧୨ ପର୍ଯ୍ୟନ୍ତ ମାତ୍ର ଦୁଇ ମାସ ପାଇଁ ଜଣେ ଦ୍ବିତୀୟ ସହକାରୀ ନି‌ର୍ଦେଶକ ଭାବେ ସେ ଆମକୁ ସହଯୋଗ କରିଥିଲେ। ପୁଣି ଥରେ ୨୦୧୩ ଜାନୁଆରିରେ ଏକ ସଂକ୍ଷିପ୍ତ ସିନେମାରେ ସହକାରୀ ନିର୍ଦେଶକ ଥିଲେ।

ଚୋପ୍ରା ଧର୍ମ ପ୍ରଡକ୍ସନ୍‌ର ଅନ୍ୟ ଏକ ସଂସ୍ଥା ଧର୍ମଟିକ୍ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ରେ ନଭେମ୍ବର ୨୦୧୯ରେ ଏକ ପ୍ରକଳ୍ପ ନିମନ୍ତେ ଚୁକ୍ତି ଭିତ୍ତିରେ ଯୋଗ ଦେଇଥିଲେ, କିନ୍ତୁ ତାହା ସାକାର ହୋଇ ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe