ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆସନ୍ତାକାଲି ୨୪ ଘଣ୍ଟିଆ ବିଶ୍ବସ୍ତରୀୟ ପ୍ରାର୍ଥନାର ଆୟୋଜନ କଲେ ଭଉଣୀ ଶ୍ୱେତା

Advertisment
ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆସନ୍ତାକାଲି ୨୪ ଘଣ୍ଟିଆ ବିଶ୍ବସ୍ତରୀୟ ପ୍ରାର୍ଥନାର ଆୟୋଜନ କଲେ ଭଉଣୀ ଶ୍ୱେତା

oneindia

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ଦୁଇ ମାସ ବିତିଗଲାଣି। କିନ୍ତ ଏ ପର୍ଯ୍ୟନ୍ତ ତାଙ୍କ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଏବଂ ତାଙ୍କ ଆତ୍ମହତ୍ୟା ପାଇଁ କିଏ ଦାୟୀ, ତାହା ସାମ୍ନାକୁ ଆସିପାରି ନାହିଁ।  ନ୍ୟାୟ ପାଇବା ପାଇଁ ତାଙ୍କ  ପ୍ରଶଂସକ ଏବଂ ତାଙ୍କ ପରିବାର କ୍ରମାଗତ ଭାବରେ ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି। ବର୍ତ୍ତମାନ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଅଗଷ୍ଟ ୧୫ରେ ୨୪ଘଣ୍ଟିଆ ବିଶ୍ବସ୍ତରୀୟ ପ୍ରାର୍ଥନାର ଆୟୋଜନ କରିଛନ୍ତି ଏବଂ ତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରାର୍ଥନାରେ ଯୋଗଦେବା ପାଇଁ ସାରା ବିଶ୍ୱରବାସୀଙ୍କୁ ନିବେଦନ କରିଛନ୍ତି। ଏହି ପ୍ରାର୍ଥନା ବିଷୟରେ ଜଣାଇବାକୁ ଯାଇ ଶ୍ୱେତା ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି।

ପୋଷ୍ଟରରେ ଦର୍ଶାଯାଇଛି ଯେ ବିଶ୍ବସ୍ତରୀୟ ପ୍ରାର୍ଥନା ଅଗଷ୍ଟ ୧୫ ତାରିଖ ସକାଳ ୧୦ଟାରୁ ଆରମ୍ଭ ହେବ। ଏହି ସମୟ ମଧ୍ୟରେ ସମସ୍ତେ ସୁଶାନ୍ତଙ୍କ ପାଇଁ ନିରବ ରହି ପ୍ରାର୍ଥନା କରିବେ | ଏହି ପୋଷ୍ଟ ସେୟାର କରି ଶ୍ୱେତା ସିଂ କୀର୍ତ୍ତୀ ଲେଖିଛନ୍ତି, 'ମୋର ତୁମ ସମସ୍ତଙ୍କୁ ଅନୁରୋଧ ଯେ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଏହି ୨୪ ଘଣ୍ଟିଆ ବିଶ୍ବସ୍ତରୀୟ ପ୍ରାର୍ଥନାରେ ଯୋଗ ଦିଅନ୍ତୁ। ଯାହାଫଳରେ ସତ୍ୟ ବାହାରକୁ ଆସିପାରିବ ଏବଂ ଆମେ ଆମର ପ୍ରିୟ ସୁଶାନ୍ତଙ୍କୁ ନ୍ୟାୟ ଦେଇପାରିବା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe