ଫସାଇ ଦେଲା ଫୋନ: ଡ୍ରଗ୍ସ ନେବା ସହ ଡ୍ରଗ୍ସ ବ୍ୟବସାୟ କରୁଥିଲେ ରିୟା

Advertisment
ଫସାଇ ଦେଲା ଫୋନ: ଡ୍ରଗ୍ସ ନେବା ସହ ଡ୍ରଗ୍ସ ବ୍ୟବସାୟ କରୁଥିଲେ ରିୟା

ThePrint

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଧିରେ ଧିରେ ଫସୁଥିବା ଦେଖାଯାଉଛି।  ଏହି ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଛି। ତେବେ ଭାଇଙ୍କ ପ‌ରେ ଏବେ ଅଭିନେତ୍ରୀ ରିୟା ମଧ୍ୟ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ରିୟାଙ୍କ ହ୍ବାଟସଆପ ଚାଟରୁ ସେ ଡ୍ରଗ୍ସ ନେବା ସହ ଡ୍ରଗ୍ସ ବ୍ୟବସାୟ କରୁଥିବା ସାମ୍ନାକୁ ଆସିଛି।

ଏନସିବି ଜାଣିବାକୁ ପାଇଛନ୍ତି ଯେ, ରିୟା ଚକ୍ରବର୍ତ୍ତୀ ମୁଖ୍ୟତଃ ଡ୍ରଗ୍ସ କିଣିବା-ବିକିବା ସହ ବ୍ୟବହାର କରୁଥିଲେ | ପୂର୍ବରୁ ଏକ ସାକ୍ଷାତକାରରେ ରିୟା ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଥିବାବେଳେ ଡ୍ରଗ୍ସ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଥିଲେ। ଏଥିସହ ସେ କେବେବି ଡ୍ରଗ୍ସ ଗ୍ରହଣ କରିନାହାଁନ୍ତି ବୋଲି କହିଥିଲେ। କିନ୍ତୁ ଏବେ ତାଙ୍କର ଅସଲ ଚେହେରା ସାମ୍ନାକୁ ଆସିଛି।

Rhea put thoughts of supernatural powers in Sushant's head', says late actor's friend | India News Times Now

ରିୟା ଚକ୍ରବର୍ତ୍ତୀଙ୍କ ହ୍ବାଟସଆପ୍ ଚାଟ୍ ପ୍ରକାଶ କରିଛି ଯେ, ସେ ଡ୍ରଗ୍ସ କିଣିଛନ୍ତି, ବିକ୍ରି କରିଛନ୍ତି ଏବଂ ବ୍ୟବହାର କରିଛନ୍ତି, ଯାହା ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ, (ଏନଡିପିଏସ) ୧୯୮୫ ଅଧୀନରେ ଆସିଥାଏ | ଏହି ଖୁଲାସା ହେବା ପରେ ରିୟା ଚକ୍ରବର୍ତ୍ତୀଙ୍କ ଅସୁବିଧା ଆଗାମୀ ସମୟରେ ଆହୁରି ବଢ଼ିପାରେ ବୋଲି ଆଶା କରାଯାଉଛି | ଆରମ୍ଭରୁ ରିୟାଙ୍କୁ ସନ୍ଦେହ କରାଯାଉଛି। ଏଭଳି ପରିସ୍ଥିତିରେ, ତାଙ୍କ କଥା ଏବଂ କାର୍ଯ୍ୟରେ ସମାନତାର ଅଭାବ ଥିବାରୁ ଆଗାମୀ ସମୟରେ ତାଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଶା କରାଯାଉଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe