ରାକ୍ଷୀ ଅବସରରେ ସୁଶାନ୍ତଙ୍କ ଭଉଣୀଙ୍କ ଭାବବିହ୍ବଳ କଲା ଭଳି ପୋଷ୍ଟ; ୩୫ବର୍ଷ ପରେ ପ୍ରଥମ ଥର ପାଇଁ ପୂଜା ଥାଳି ଅଛି, କିନ୍ତୁ ଆଳତି ପାଇଁ ତୁ ନାହୁଁ

Advertisment
ରାକ୍ଷୀ ଅବସରରେ ସୁଶାନ୍ତଙ୍କ ଭଉଣୀଙ୍କ ଭାବବିହ୍ବଳ କଲା ଭଳି ପୋଷ୍ଟ; ୩୫ବର୍ଷ ପରେ ପ୍ରଥମ ଥର ପାଇଁ ପୂଜା ଥାଳି ଅଛି, କିନ୍ତୁ ଆଳତି ପାଇଁ ତୁ ନାହୁଁ

intoday

ମୁମ୍ବାଇ: ଆଜି ସାରା ଦେଶରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଉଛି। ସବୁ ଭଉଣୀମାନେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ସୁରକ୍ଷାର ବଚ୍ଚନ ନେଉଛନ୍ତି। ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପରେ ଚଳିତ ବର୍ଷ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନପାରି ତାଙ୍କ ଭଉଣୀ ଲେଖିଥିବା କବିତା ଏବେ ସମସ୍ତଙ୍କ ଆଖିରେ ଲୁହା ଆଣି ଦେଇଛି। ୩୫ବର୍ଷରେ ଆଜି ପ୍ରଥମ ଥର ପାଇଁ ପୂଜା ଥାଳି ଅଛି, କିନ୍ତୁ ଆଳତି ପାଇଁ ତୁ ନାହୁଁ ବୋଲି ଲେଖିଛନ୍ତି ସୁଶାନ୍ତଙ୍କ ବଡ଼ ଭଉଣୀ ରାଣୀ।

Sushant Singh Rajput's eldest sister wrote a poem for the actor on Raksha Bandhan. indiatoday

ସେ ଲେଖିଛନ୍ତି,  ଗୁଲଶନ୍,  ଆଜି ମୋର ଦିନ, ଆଜି ତୋର ଦିନ, ଆଜି ଆମର ଦିନ, ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା। ୩୫ବର୍ଷ ପରେ ଆଜି ପୂଜାର ଥାଳି ଅଛି, ଆଳତୀ ପାଇଁ ଦୀପ ବି ଜଳୁଛି। ହଳଦୀ ଚନ୍ଦନର ଟୀକା ଓ ମିଠା ମଧ୍ୟ ଅଛି। କିନ୍ତୁ ଆଳତି ପାଇଁ ସେହି ଚେହେରା ନାହିଁ। ଟୀକା ଲଗାଇବା ପାଇଁ ସେହି ମଥା ଏବଂ ରାକ୍ଷୀ ବାନ୍ଧିବା ପାଇଁ ସେହି ହାତ ନାହିଁ। ଯେତେବେଳେ ତୁ ଆମ ଜୀବନରେ ପ୍ରଥମେ ଆସିଥିଲୁ, ଆମ ଜୀବନ ଚମକି ଉଠିଥିଲା। ତୁ ଯିବା ପରେ ମୁଁ କ’ଣ କରିବି ଜାଣି ପାରୁ ନାହିଁ। କେବେ ଭାବିନଥିଲି କି, ଆଜି ଭଳି ଦିନରେ ତୁ ଆମ ପାଖରେ ନଥିବୁ। ଅନେକ ଜିନିଷ ଆମେ ସାଥିରେ ଶିଖିଛେ। ଏବେ ତୋ ବିନା ରହିବା ମୁଁ ଏକା କେମିତି ଶିଖିବି? ବୋଲି ଲେଖିଛନ୍ତି ସୁଶାନ୍ତଙ୍କ ଭଉଣୀ ରାଣୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe