Image Courtesy of TOI
ନୂଆଦିଲ୍ଲୀ: ଜାତିସଂଘରେ ହିନ୍ଦୀକୁ ସରକାରୀ ଭାଷା କରିବା କଥାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ କଂଗ୍ରେସ ସଦସ୍ୟ ଶଶି ଥରୁରଙ୍କ ମଧ୍ୟରେ ବୁଧବାର ଦିନ ଲୋକସଭାରେ ବିବାଦ ଉପୁଜି ଥିଲା।
ଜାତିସଂଘରେ ହିନ୍ଦୀକୁ ସରକାରୀ ଭାଷା କରାଇବା ପାଇଁ ଭାରତ ଯେ କୌଣସି ସ୍ତରକୁ ଯାଇପାରେ ବୋଲି ସୁଷମା ସ୍ୱରାଜ କହିବା ପରେ ଶଶି ପ୍ରଶ୍ନ କରିଥିଲେ, କେବଳ ଦେଶ ମଧ୍ୟରେ ଲୋକେ କହୁଥିବା ଭାଷାକୁ ସରକାର ପ୍ରସାର କରାଇବାରେ କି ଆବଶ୍ୟତା ଅଛି।
ଥରୁର କହିଥିଲେ, ହିନ୍ଦୀ ଜାତୀୟ ଭାଷା ନୁହେଁ, ଏହା ଏକ ସରକାରୀ ଭାଷା। ଯଦି ଚାହାଁନ୍ତି, ପ୍ରଧାନମନ୍ତ୍ରୀ କିଂବା ବୈଦେଶିକ ମନ୍ତ୍ରୀ ଅନାୟାସରେ ହିନ୍ଦୀ କହି ଗୌରବାନ୍ଵିତ ମନେ କରି ପାରନ୍ତି। କିନ୍ତୁ ଅଣ- ହିନ୍ଦୀ ଭାଷାଭାଷୀର ଲୋକମାନଙ୍କର ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଭବିଷ୍ୟତର ନେତାମାନଙ୍କ ଉପରେ ହିନ୍ଦୀ ଭାଷାକୁ ଲଦି ଦେବାରେ କୌଣସି ଆବଶ୍ୟକତା ନାହିଁ।
Follow Us