ଛତିଶଗଡ଼: ଦାନ୍ତେଓ୍ଵାଡ଼ାରେ ବିଜେପି ନେତାଙ୍କୁ ସାଙ୍ଘାତିକ ଆହତ କଲେ ସନ୍ଦିଗ୍ଧ ନକ୍ସଲ୍‌

Advertisment
ଛତିଶଗଡ଼: ଦାନ୍ତେଓ୍ଵାଡ଼ାରେ ବିଜେପି ନେତାଙ୍କୁ ସାଙ୍ଘାତିକ ଆହତ କଲେ ସନ୍ଦିଗ୍ଧ ନକ୍ସଲ୍‌

ରାୟପୁର: ରବିବାର ରାତିରେ ଦାନ୍ତେଓ୍ଵାଡ଼ା ଠାରେ ଅଧ ଡଜନ୍‌ ସରିକି ସନ୍ଦିଗ୍ଧ ନକ୍ସଲ୍‌ ଧାରୁଆ ଅସ୍ତ୍ର ଯୋଗେ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ଆକ୍ରମଣ କରି ସାଙ୍ଘାତିକ ଆହତ କରିଥିବା କଥା ପୁଲିସ କହିଛି।

ରାତ୍ରୀ ଭୋଜନ ଖାଇବା ବେଳେ ସ୍ଥାନୀୟ ବିଜେପି ନେତା ତଥା ଜିଲ୍ଲା ପଞ୍ଚାୟତ ସଦସ୍ୟ ନନ୍ଦଲାଲ ମୁଡ଼ାମିଙ୍କ ଉପରେ ଆକ୍ରମଣ ହୋଇଥିଲା ବୋଲି ବସ୍ତର୍‌ ରେଞ୍ଜ୍‌ ଡେପୁଟି ପୁଲିସ ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ଆର୍‌ ଏନ୍‌ ଡାଙ୍ଗି କହିଛନ୍ତି।

ତାଙ୍କ ପରିବାର ଲୋକେ ପୁଲିସକୁ ସୂଚନା ଦେଇ ଜିଲ୍ଲା ହସ୍‌ପିଟାଲ୍‌କୁ ନେଇ ଯାଇଥିଲେ। ଆକ୍ରମଣକାରୀଙ୍କୁ ଠାବ କରିବା ନିମନ୍ତେ ପୁଲିସ ତଲାସ ଅଭିଯାନ ଆରମ୍ଭ କରିଛି।

ସ୍ପେସାଲ୍‌ ଡାଇରେକ୍ଟର୍‌ ଜେନେରାଲ୍‌ ଅଫ୍‌ ପୁଲିସ (ନକ୍ସଲ୍‌ ଅଭିଯାନ) ଡି ଏମ୍‌ ଅଓ୍ଵସ୍ଥି କହନ୍ତି: ଆକ୍ରମଣର କାରଣ ସମ୍ବନ୍ଧରେ ଆମେ ତଦନ୍ତ କରୁଛୁ... ସେମାନେ ନକ୍ସଲ୍‌ କିଂବା ଅନ୍ୟ କେହି ଜାଣିବାକୁ ଉଦ୍ୟମ ଚାଲିଛି।

ପଡ଼ୋଶୀ ଜିଲ୍ଲା ବିଜାପୁର ଜିଲ୍ଲା ସିଆର୍‌ପିଏଫ୍‌ର ଗାଡ଼ିକୁ ବସ୍ଫୋରଣରେ ଧ୍ୱଂସ କରି ୪ ଜଣ ଯବାନଙ୍କୁ ନିହତ କରିବା ଘଟନାର ଦିନକ ପରେ ଏ ଭଳି ଘଟନା ଘଟିଛି।

ଆସନ୍ତା ମାସରେ ନିର୍ଦ୍ଧାରିତ ରାଜ୍ୟ ବିଧାନସଭା ନିର୍ବଚନ ବର୍ଜନ କରିବାକୁ ନକ୍ସଲ୍‌ମାନେ ଡାକରା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe