ସନ୍ଦେହ ଘେରରେ ଏନ୍‌ସିବି: ବର୍ଷକରେ ୫ଟି ଡ୍ରଗ୍ ମାମଲାରେ ସମାନ ବ୍ୟକ୍ତି ସାକ୍ଷୀ

Advertisment
ସନ୍ଦେହ ଘେରରେ ଏନ୍‌ସିବି: ବର୍ଷକରେ ୫ଟି ଡ୍ରଗ୍ ମାମଲାରେ ସମାନ ବ୍ୟକ୍ତି ସାକ୍ଷୀ

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ୍‌ ଖାନ୍‌ଙ୍କୁ ଶନିବାର ଜାମିନରେ ଆର୍ଥର ରୋଡ୍ ଜେଲରୁ ମୁକ୍ତ କରାଯାଇଛି। କ୍ରୁଜ୍ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଦ୍ବାରା ସେ ଗିରଫ ହୋଇଥିଲେ। କିନ୍ତୁ ଉକ୍ତ କେନ୍ଦ୍ରୀୟ ସଂସ୍ଥା ଡ୍ରଗ୍ସ ମାମଲାଗୁଡ଼ିକର କିପରି ପରିଚାଳନା କରୁଛି ତହାକୁ ନେଇ ସ୍ବୟଂ ସନ୍ଦେହର ଶିକାର ହୋଇଛି। ବର୍ଷକ ଭିତରେ ୫ଟି ଡ୍ରଗ୍ ମାମଲାରେ ଆଦିଲ ଫଜଲ ଉସମାନି ନାମକ ଜଣେ ବ୍ୟକ୍ତିଙ୍କୁ ଏନ୍‌ସିବି ସାକ୍ଷୀ ଭାବେ ଗ୍ରହଣ କରିଥିବା ଏକ ମିଡ଼ିଆ ରିପୋର୍ଟରେ ଦାବି କରାଯାଇଛି।

ରିପୋର୍ଟ ଅନୁସାରେ ଆର୍ୟନ୍‌ ଖାନ୍ ମାମଲାରେ ଏନ୍‌ସିବିର ୧୦ ଜଣ ସାକ୍ଷୀଙ୍କ ମଧ୍ୟରେ ରହିଥିବା ଅନ୍ୟତମ ସାକ୍ଷୀ ଆଦିଲ ଫଜଲ ଉସମାନି ୨୦୨୦ ମସିହାରୁ ଅଦ୍ୟାବଧି ପ୍ରାୟ ୫ଟି ଡ୍ରଗ୍ ମାମଲାରେ ସାକ୍ଷୀ ରହିଆସିଛନ୍ତି। ମୁମ୍ବାଇ ଯୋଗେଶ୍ବରୀ ଅଞ୍ଚଳର ବାସିନ୍ଦା ଉସମାନି ୨୦୨୦ ମସିହାରେ ୨ଟି ଓ ୨୦୨୧ ମସିହାରେ ୩ଟି ମାମଲାରେ ସାକ୍ଷୀ ଅଛନ୍ତି। ଉସମାନିଙ୍କ ଛଡ଼ା ଏନ୍‌ସିବି ଉପସ୍ଥାପିତ କରିଥିବା ଅନ୍ୟତମ ସାକ୍ଷୀ ହେଉଛନ୍ତି କିରଣ ଗୋସାବି। ୨୦୧୮ର ଏକ ଠକାମି ମାମଲାରେ ଗୋସାବିଙ୍କୁ ପୁଣେରେ ଗିରଫ କରାଯାଇଛି। ଗୋସାବିଙ୍କ ଦେହରକ୍ଷୀ ପ୍ରଭାକର ଶୈଳ ପୂର୍ବରୁ ଅଭିଯୋଗ କରିଥିଲେ ଯେ, କ୍ରୁଜ୍ ଚଢ଼ଉ ପରେ ଗୋସାବି ଜଣେ ଲୋକଠାରୁ ୫୦ ଲକ୍ଷ ଟଙ୍କା ନେଇଥିଲେ। ତେବେ ଗୋସାବି ଏହାକୁ ଅସ୍ବୀକାର କରିଛନ୍ତି। ପୁଣି ଶୈଳ ଏକ ନୋଟାରୀ ସତ୍ୟପାଠ ମାଧ୍ୟମରେ ଅଭିଯୋଗ କରିଥିଲେ ଯେ ଆର୍ୟନ୍‌ ଖାନ୍‌ଙ୍କୁ ମୁକ୍ତ କରିବା ପାଇଁ ସମୀର ୱାଙ୍ଖଡ଼େ ଓ ଏନ୍‌ସିବି କର୍ମକର୍ତ୍ତାମାନେ ୧୮ କୋଟି ଟଙ୍କା ଲାଞ୍ଚ ମାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe